Latest Odisha News

BREAKING NEWS

ୟୁଟ୍ୟୁବ୍‌ ଚାନେଲ ବିରୋଧରେ ହାଇକୋର୍ଟର ଦ୍ୱାରସ୍ଥ ହେଲେ ଆରାଧ୍ୟା

ନୂଆଦିଲ୍ଲୀ : ସୁପରଷ୍ଟାର ଅମିତାଭ ବଚ୍ଚନଙ୍କ ପରିବାରର ଲାଡଲି ହେଉଛନ୍ତି ଆରାଧ୍ୟା । ଅମିତାଭଙ୍କ ନାତୁଣୀ ଆରାଧ୍ୟା ହାଇକୋର୍ଟର ଦ୍ୱାରସ୍ଥ ହୋଇଛନ୍ତି । ଆରାଧ୍ୟା ବଚ୍ଚନ ଗୋଟିଏ ୟୁଟ୍ୟବ୍‌ ଚ୍ୟାନେଲ୍‌ ବିରୋଧରେ ଦିଲ୍ଲୀ ହାଇକୋର୍ଟରେ ଆବେଦନ କରିଛନ୍ତି । ଆଜି ଦିଲ୍ଲୀ ହାଇକୋର୍ଟଙ୍କ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରିବେ।

ଐଶର୍ଯ୍ୟଙ୍କ ଝିଅ ଆରାଧ୍ୟା ବଚ୍ଚନ ସବୁବେଳେ ଲାଇମ୍‌ଲାଇଟରେ ରହିଥାଆନ୍ତି ଏବଂ ଅନେକ ସମୟରେ ଟ୍ରୋଲ୍‌ର ଶିକାର ମଧ୍ୟ ହୋଇଥାଆନ୍ତି । ନିକଟରେ ସେ ଏକ ୟୁଟ୍ୟୁବ୍‌ ଚ୍ୟାନେଲ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରି ହାଇକୋର୍ଟରେ ପହଞ୍ଚିଛନ୍ତି । ଆରାଧ୍ୟାଙ୍କ ସ୍ବାସ୍ଥ୍ୟ ଓ ଜୀବନ ସମ୍ପର୍କରେ ‘ମିଥ୍ୟା ଖବର’ ରିପୋର୍ଟ କରିଥିବା ସେ ଅଭିଯୋଗ କରିଛନ୍ତି । ଏଭଳି ମିଥ୍ୟା ଖବର ପ୍ରସାରଣ ପାଇଁ ସେ ଉକ୍ତ ୟୁଟ୍ୟବ୍‌ ଚ୍ୟାନେଲ ବିରୋଧରେ ଦାବି କରିଛନ୍ତି । ଦିଲ୍ଲୀ ହାଇକୋର୍ଟରେ ବିଚାରପତି ହରିଶଙ୍କରଙ୍କ ଖଣ୍ଡପୀଠ ଆଜି ଆରାଧ୍ୟାଙ୍କ ଆବେଦନର ଶୁଣାଣୀ କରିବେ ।

‘ବବ୍‌ ବିଶ୍ୱାସ ଫିଲ୍ମ’ର ପ୍ରମୋସନ ବେଳେ ଆରାଧ୍ୟାଙ୍କୁ ଟ୍ରୋଲ୍‌ କରାଯାଇଥିଲା ସେହି ସମୟରେ ଆରାଧ୍ୟାଙ୍କୁ ମିଳୁଥିବା ନକରାତ୍ମକ କମେଣ୍ଟରେ ପ୍ରତିକ୍ରିୟା ଦେଇ ଅଭିଷେକ କଡ଼ା ଜବାବ୍‌ ଦେଇଥିଲେ । ସେ କହିଥିଲେ ଏହା ଆଦୌ ଗ୍ରହଣୀୟ ନୁହେଁ ଏବଂ ମୁଁ ଏହାକୁ କେବେବି ସହ୍ୟ କରିପାରିବିନି । ସେ ଆହୁରି ମଧ୍ୟ କହିଥିଲେ ‘ମାନୁଛି ମୁଁ ପବ୍ଲିକ୍‌ ଫିଗର କିନ୍ତୁ ମୋ ଝିଅ ଏସବୁରୁ ଦୂରରେ   ଯଦି ତୁମ କାନଙ୍କୁ କିଛି କହିବାର ଅଛି ତା ହେଲେ ମୋ ମୁହଁରେ କୁହ’  ।

 

Leave A Reply

Your email address will not be published.