ନୂଆଦିଲ୍ଲୀ: ଭାରତରେ କରୋନାଭାଇରସ୍ (କୋଭିଡ -୧୯) ଆକ୍ରାନ୍ତଙ୍କ ସଂଖ୍ୟା ଧୀରେ ଧୀରେ ବଢୁଥିବା ବେଳେ ରବିବାର ଦିନ ଏହି ସଂଖ୍ୟା ୪୦୦୦କୁ ଛୁଇଁଥିବାନେଇ କେନ୍ଦ୍ରର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ମିଳିଛି ।
ଏଯାବତ୍ କରୋନାଭାଇରସ ସଂକ୍ରମଣରେ ୧୧୧ ଜଣ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଥିବା ବେଳେ ଦେଶରେ ୩୮୫୧ ଆକ୍ଟିଭ ମାମଲା ରେକର୍ଡ କରାଯାଇଛି ।
ଆହୁରି ମଧ୍ୟ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସୂଚନାନୁଯାୟୀ କରୋନା ସଂକ୍ରମଣରୁ ଏପର୍ଯ୍ୟନ୍ତ ୩୧୮ ଜଣ ବ୍ୟକ୍ତି ଆରୋଗ୍ୟ ଲାଭ କରିଛନ୍ତି ।
ସୂଚନାଯୋଗ୍ୟ, ଏହା ଧୀରେଧୀରେ ଇଂଲଣ୍ଡ, ଥାଇଲାଣ୍ଡ, ଆମେରିକା, ତାଇୱାନ୍, ଭିଏତନାମ, ସିଙ୍ଗାପୁର ଓ ୟୁରୋପ ଭଳି ପାଖାପାଖି ୨୦୦ରୁ ଅଧିକ ଦେଶକୁ ମଧ୍ୟ କରୋନା ଭୂତାଣୁ ବ୍ୟାପିବାରେ ଲାଗିଛି
Comments are closed.