Latest Odisha News

ଗଣେଶ ପୂଜା ନେଇ ହାଇକୋର୍ଟରେ ଜନସ୍ୱାର୍ଥ ମାମଲା

ଭୁବନେଶ୍ୱର: ଟ୍ୱିନ୍‌ସିଟିରେ ଗଣେଶ ପୂଜା ନେଇ ହାଇକୋର୍ଟରେ ଏକ ଜନସ୍ୱାର୍ଥ ମାମଲା ରୁଜୁ ହୋଇଛି । କଂଟେନ୍‌ମେଂଟ ଅଂଚଳକୁ ଛାଡି ଅନ୍ୟ ସବୁଠି ପୂଜା ପାଇଁ ଅନୁମତି ମିଳୁ ବୋଲି ଦାବି ହୋଇଛି । ଆଇନଜୀବୀ ବିଭୂତିଭୂଷଣ ଚୌଧୁୂରୀ ଏନେଇ ମାମଲା ରୁଜୁ କରିଛନ୍ତି । ପୂଜା ସମୟରେ ଆୟୋଜକ ସାମାଜିକ ଦୂରତା ପ୍ରତି ଧ୍ୟାନଦେବେ । ଧର୍ମୀୟ ପରମ୍ପରା ପାଳିବା ପ୍ରତ୍ୟେକ ବ୍ୟକ୍ତିଙ୍କ ମୌଳିକ ଅଧିକାର ବୋଲି ସେ କହିଛନ୍ତି ।

କଟକ ଓ ଭୁବନେଶ୍ବରରେ ବି ଗଣେଶ ପୂଜା ଲାଗି ଅନୁମତି ଦିଆଯିବ ନାହିଁ ବୋଲି କମିସନରେଟ୍ ପୁଲିସ୍ ପକ୍ଷରୁ କୁହାଯାଇଛି। ଏଣେ ଗଞ୍ଜାମ ଜିଲ୍ଲାରେ ବି କୋଭିଡର ସ୍ଥିତିକୁ ଦୃଷ୍ଟିରେ ରଖି ଗଣେଶ ପୂଜା ଉତ୍ସବକୁ ଅନୁମତି ଦିଆଯିବ ନାହିଁ ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି।। କୋଭିଡ ୧୯ର ସଂକ୍ରମଣକୁ ଆଖି ଆଗରେ ରଖି ଖୋର୍ଦ୍ଧା ଜିଲ୍ଲାରେ ଚଳିତ ବର୍ଷ ଗଣେଶ ପୂଜା ବନ୍ଦ ରହିବ। ସର୍ବସାଧାରଣ ସ୍ଥାନ ଓ ଅନୁଷ୍ଠାନମାନଙ୍କରେ ଗଣେଶ ପୂଜା ଲାଗି ଅନୁମତି ଦିଆଯିବ ନାହିଁ ।

Leave A Reply

Your email address will not be published.