ନୂଆଦିଲ୍ଲୀ: ଭାରତରେ କରୋନାଭାଇରସ୍ (କୋଭିଡ -୧୯) ଆକ୍ରାନ୍ତଙ୍କ ସଂଖ୍ୟା ଧୀରେ ଧୀରେ ବଢୁଥିବା ବେଳେ ମଙ୍ଗଳବାର ଦିନ ଏହି ସଂଖ୍ୟା ୧୨୫ରେ ପହଞ୍ଚିଥିବାନେଇ କେନ୍ଦ୍ରର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ମିଳିଛି ।
ଏହାବ୍ୟତିତ ଜମ୍ମୁ-କାଶ୍ମୀର, କେରଳ, ଲଦାଖ ଏବଂ ଉତ୍ତରପ୍ରଦେଶର ନୋଇଡାରେ ୨ଟି କରୋନାଭାଇରସ ସଂକ୍ରମିତ ନୂଆ ମାମଲା ଦେଖାଦେଇଛି।
Ministry of Health and Family Welfare: Total number of confirmed #COVID19 cases in India is 125 pic.twitter.com/jijFKpYwor
— ANI (@ANI) March 17, 2020
ଆହୁରି ମଧ୍ୟ ସମସ୍ତ ୧୨୫ ଜଣ ଆକ୍ରାନ୍ତଙ୍କ ମଧ୍ୟରେ ୧୦୩ ଜଣ ଭାରତୀୟ ଏବଂ ୨୨ ଜଣ ବିଦେଶୀ ନାଗରିକ ରହିଥିବା ନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ପ୍ରକାଶ କରାଯାଇଛି ।
ଏଭଳି ପରିସ୍ଥିତିକୁ ଦୃଷ୍ଟିରେ ରଖି ବିଭିନ୍ନ ରାଜ୍ୟରେ ସ୍କୁଲ, କଲେଜ ବନ୍ଦ କରାଯିବା ସହ ଗୋଟିଏ ସ୍ଥାନରେ ଅଧିକ ଲୋକଙ୍କ ସମାବେଶ ଉପରେ ମଧ୍ୟ ସରକାରଙ୍କ ପକ୍ଷରୁ କଟକଣା ଲଗାଯାଇଥିବା ନେଇ ସୂଚନା ମିଳିଛି ।
ସୂଚନାଯୋଗ୍ୟ, ନିକଟ ଅତୀତରେ କୋଭିଡ -୧୯ରେ ସଂକ୍ରମିତ ହୋଇଥିବା ୧୩ ଜଣ ବ୍ୟକ୍ତି ସୁସ୍ଥ ହୋଇ ଡାକ୍ତରଖାନାରୁ ଡିସଚାର୍ଜ ହୋଇଥିବା ବେଳେ ଏହି ମାରାତ୍ମକ ଭାଇରସ ସଂକ୍ରମଣରେ ଦେଶରେ ବର୍ତ୍ତମାନ ପର୍ୟ୍ୟନ୍ତ ଦୁଇ ଜଣ ପ୍ରାଣ ହରାଇଛନ୍ତି।
Comments are closed.