Latest Odisha News

BREAKING NEWS

ଅଣାୟତ ହେଉଛି ‘କରୋନା ଭାଇରସ୍‌’; ଚୀନରେ ମୃତ୍ୟୁସଂଖ୍ୟା ୫୬୦ ଛୁଇଁଲା

ବେଜିଂ: ଧୀରେ ଧୀରେ କାୟା ବିସ୍ତାର କରି ମାରାତ୍ମକ ହେଉଥିବା ‘କରୋନା’ ଭାଇରସ ପ୍ରଭାବରେ ଚୀନରେ ମୃତ୍ୟୁ ସଂଖ୍ୟା ୫୬୩କୁ ଛୁଇଁଛି । ଏଥିସହିତ ୨୮,୦୦୦ ହଜାରରୁ ଅଧିକ ବ୍ୟକ୍ତି ସଂକ୍ରମିତ ହୋଇଥିବା ଆଶଙ୍କା କରାଯାଉଛି ।

ଚୀନର ଜାତୀୟ ସ୍ୱାସ୍ଥ୍ୟ କମିଶନଙ୍କ ରିପୋର୍ଟ ଅନୁଯାୟୀ କରୋନା ଭାଇରସରେ ଆକ୍ରାନ୍ତ ହୋଇଥିବା ବ୍ୟକ୍ତିଙ୍କ ସଂଖ୍ୟା ପ୍ରାୟ ୩୫ ପ୍ରତିଶତ ବୃଦ୍ଧି ହୋଇଥିବା ନଜରକୁ ଆସିଛି । ଯାହାଫଳରେ ସଂକ୍ରମିତଙ୍କ ସଂଖ୍ୟା ବର୍ତ୍ତମାନ ସମୟରେ ୨୮,୦୧୮ରେ ପହଞ୍ଚିଛି ।

ଅଧିକ ପଢନ୍ତୁ: କରୋନା ସଂକ୍ରମିତ ବ୍ୟକ୍ତିଙ୍କ ଶରୀରରେ କ’ଣ ହୋଇଥାଏ ପରିବର୍ତ୍ତନ? ଜାଣନ୍ତୁ

ସେହିପରି ଭାଇରସ୍ ପ୍ରଭାବରେ ବିଗତ ୨୪ ଘଣ୍ଟା ମଧ୍ୟରେ ପୁଣି ୭୦ ଜଣ ମୃତ୍ୟୁବରଣ କରିଥିବା ନେଇ ଚୀନର ଏକ ସମାଚାର ଏଜେନ୍ସିରେ ରିପୋର୍ଟ ପ୍ରକାଶ ପାଇଛି ।

ପ୍ରାପ୍ତ ସୂଚନାନୁଯାୟୀ କରୋନା ଭାଇରସ୍ ବ୍ୟାପିବାର ମୁଖ୍ୟକେନ୍ଦ୍ର ପାଲଟିଛି ହୁବଇର ବୁହାନ ସହର । ଏହାକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ସେଠାକୁ ଡାକ୍ତରୀ ଟିମ୍ ପଠାଇବା ଲାଗି ପ୍ରସ୍ତୁତି ଜାରି ରହିଛି । ବର୍ତ୍ତମାନ ସମୟରେ ଚୀନ ମାର୍କେଟରେ ଜୀବଜନ୍ତୁ ବ୍ୟାପାର ଉପରେ ରୋକ୍ ମଧ୍ୟ ଲଗାଯାଇଛି ।

ଅଧିକ ପଢନ୍ତୁ: କରୋନା ଭାଇରସ୍ ଆତଙ୍କ: କ’ଣ ନ’କରିବା ଉଚିତ୍ ଜାଣନ୍ତୁ…

ବ୍ୟାପୁ ଥିବା କୋରନା ଭାଇରସ ଯୋଗୁଁ ଅନେକ ବିଦେଶୀ ମଧ୍ୟ ଆକ୍ରାନ୍ତ ହେଉଥିବା ବେଳେ ଜାପାନ ବନ୍ଦରରେ ଥିବା କ୍ରୁଜ୍ ପ୍ରାୟ ୧୦ରୁ ଅଧିକ ବ୍ୟକ୍ତି କରୋନା ଭାଇରସ୍ ଦ୍ୱାରା ଆକ୍ରାନ୍ତ ହୋଇଥିବା ନେଇ ଜାପାନର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ମିଳିଛି ।

ଉଲ୍ଲେଖଯୋଗ୍ୟ, ଏହା ଧୀରେଧୀରେ ଥାଇଲାଣ୍ଡ, ଆମେରିକା, ତାଇୱାନ୍, ଭିଏତନାମ, ସିଙ୍ଗାପୁର ଓ ୟୁରୋପ ଭଳି ପାଖାପାଖି ୨୫ଟି ଦେଶକୁ ମଧ୍ୟ କୋରୋନା ଭୂତାଣୁ ବ୍ୟାପିବାରେ ଲାଗିଛି ।

Leave A Reply

Your email address will not be published.