Latest Odisha News

BREAKING NEWS

ଏସସିବିରେ ଚଳିତ ବର୍ଷର ପ୍ରଥମ ସ୍ୱାଇନ୍ ଫ୍ଲୁ ରୋଗୀ ଚିହ୍ନଟ

କଟକ: କଟକସ୍ଥିତ ଶ୍ରୀ ରାମଚନ୍ଦ୍ର ଭଞ୍ଜ ଭେଷଜ ମହାବିଦ୍ୟାଳୟ ଓ ଚିକିତ୍ସାଳୟ (ଏସସିବି)ରେ ଚଳିତ ବର୍ଷର ପ୍ରଥମ ସ୍ୱାଇନ୍ ଫ୍ଲୁ ରୋଗୀ ଚିହ୍ନଟ କରାଯାଇଛି ।

ସମ୍ପୃକ୍ତ ରୋଗୀ ଜଣକ ଢେଙ୍କାନାଳ ଜିଲ୍ଲାର ବାସିନ୍ଦା ବୋଲି ଜଣାପଡିଛି ।

ପ୍ରାପ୍ତ ସୂଚନାନୁଯାୟୀ ନିକଟ ଅତୀତରେ ସ୍ୱାଇନ୍ ଫ୍ଲୁ ସନ୍ଦେହରେ ପ୍ରାୟ ୩ ଜଣ ବ୍ୟକ୍ତିଙ୍କୁ ଏସସିବିର ସ୍ୱତନ୍ତ୍ର ୱାର୍ଡରେ ଭର୍ତ୍ତି କରାଯାଇଥିଲା । ପରେ ସେମାନଙ୍କ ରକ୍ତ ନମୁନା ଭୁବନେଶ୍ୱରସ୍ଥିତ ରିଜିଓନାଲ୍ ମେଡିକାଲ ରିସର୍ଚ୍ଚ ସେଣ୍ଟର (ଆରଏମଆରସି)କୁ ପରୀକ୍ଷା ପାଇଁ ପଠାଇ ଦିଆଯାଇଥିଲା ।

ତନ୍ମଧ୍ୟରୁ ଜଣକ ରକ୍ତ ପରୀକ୍ଷା ରିପୋର୍ଟ ପଜେଟିଭ୍ ବାହାରିଥିବା ବେଳେ ଅନ୍ୟମାନଙ୍କୁ ପ୍ରାଥମିକ ଚିକିତ୍ସା ପରେ ଘରକୁ ପଠାଇ ଦିଆଯାଇଛି ।

ତେବେ ଉକ୍ତ ବ୍ୟକ୍ତି ଜଣକ ମେଡିକାଲରେ ଚିକିତ୍ସିତ ହୋଉଥିବା ବେଳେ ତାଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ରହିଥିବା ନେଇ ସୁତ୍ରରୁ ପ୍ରକାଶ ।

Leave A Reply

Your email address will not be published.