Latest Odisha News

BREAKING NEWS

କରୋନା ଭାଇରସ: ଆମେରିକାରେ ମୃତ୍ୟୁ ସଂଖ୍ୟା ୯ ଛୁଇଁଲା ,ବିଶ୍ୱରେ ଟପିଲା ୩ ହଜାର

ଭୁବନେଶ୍ୱର: ସାରା ବିଶ୍ୱରେ ଏବେ କରୋନା ଭୟ । ଚୀନ ପରେ ଏହି ମାରାତ୍ମକ ଭୂତାଣୁ ଏବେ ଯୁକ୍ତରାଷ୍ଟ୍ର ଆମେରିକାରେ ନିଜ କାୟା ବିସ୍ତାର କରିବାରେ ଲାଗିଛି ।

ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ ଯୁକ୍ତରାଷ୍ଟ୍ର ଆମେରିକାର ୱାସିଙ୍ଗଟନ ସହରରେ କରୋନା ପ୍ରଭାବରେ ୯ ଜଣଙ୍କର ପ୍ରାଣ ଗଲାଣି । ମଙ୍ଗଳବାର ସୁଦ୍ଧା ଆମେରିକାର ଅନ୍ୟ ୧୫ ଟି ରାଜ୍ୟରେ ଅନୁନ୍ୟ ୧୦୦ ଜଣ ଏହି ଭୂତାଣୁ ଦ୍ୱାରା ସଂକ୍ରମିତ ହୋଇଥିବା ଜଣାପଡିଛି ।

ଆମେରିକାର ଡାକ୍ତରଖାନା ଓ ସ୍କୁଲ ଗୁଡିକ ଏହି ମାରାତ୍ମକ ଭୂତାଣୁକୁ ସାମ୍ନା କରିବା ନିମନ୍ତେ ପ୍ରସ୍ତୁତି ମଧ୍ୟ ଆରମ୍ଭ କରି ଦେଲେଣି ।

ଅନ୍ୟପଟେ ଇଟାଲୀରେ ଏହାର ପ୍ରଭାବରେ ମୃତକଙ୍କ ସଂଖ୍ୟା ୨୭ ରେ ପହଞ୍ଚିଲାଣି ।

ପାଖାପାଖି ୯୦ ହଜାରରୁ ଉର୍ଦ୍ଧ୍ବ ଲୋକ ଏହି ଭୂତାଣୁ ଦ୍ୱାରା ସଂକ୍ରମିତ ହୋଇ ଚିକିତ୍ସିତ ହେଉଥିବା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ସୂଚନା ପ୍ରଦାନ କରିଛି ।

ଏପର୍ଯ୍ୟନ୍ତ ଏହି ଭାଇରସ ଯୋଗୁଁ ସାରା ବିଶ୍ୱରେ ୩,୧୧୦ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ପ୍ରାୟ ୫୦ରୁ ଅଧିକ ଦେଶକୁ ଏହା ସ୍ୱର୍ଶ କରିଛି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ମୁଖ୍ୟ ଟେଡସ ଆଡନମ ଗୈବରେସସ କହିଛନ୍ତି, “ଆମେ ଏବେ ଗ୍ଲୋବାଲ ସ୍ତରରେ କରୋନା ଭାଇରସ ପ୍ରଚାର ଓ ପ୍ରଭାବକୁ ଉଚ୍ଚ ଶ୍ରେଣୀରେ ରଖିଛୁ” ।

Leave A Reply

Your email address will not be published.