Latest Odisha News

BREAKING NEWS

‘କରୋନା ଭାଇରସ୍‌’: ଚୀନରେ ୪୨୫ ମୃତ, ରାଜ୍ୟ ବିପତ୍ତି ଘୋଷଣା କଲା କେରଳ

ବେଜିଂ/ଥିରୁବନ୍ତପୁରମ୍‌: ଧୀରେ ଧୀରେ କାୟା ବିସ୍ତାର କରି ମାରାତ୍ମକ ହେଉଥିବା ‘କରୋନା’ ଭାଇରସ ପ୍ରଭାବରେ ଚୀନରେ ମୃତ୍ୟୁ ସଂଖ୍ୟା ୪୨୫କୁ ବୃଦ୍ଧି ପାଇଁଛି ।

ଏନେଇ ଏକ ଜାତୀୟ ଗଣମାଧ୍ୟମ ରିପୋର୍ଟରୁ ଜଣାପଡିଛି ।

ଚୀନର ଜାତୀୟ ସ୍ୱାସ୍ଥ୍ୟ କମିଶନଙ୍କ ରିପୋର୍ଟ ଅନୁଯାୟୀ କରୋନା ଭାଇରସରେ ଆକ୍ରାନ୍ତ ହୋଇଥିବା ପ୍ରାୟ ୩୨୩୫ ନୂଆ ମାମଲା ମଙ୍ଗଳବାର ଦିନ ନଜରକୁ ଆସିଛି । ଯାହାଫଳରେ ସଂକ୍ରମିତଙ୍କ ସଂଖ୍ୟା ବର୍ତ୍ତମାନ ସମୟରେ ୨୦,୪୩୮ରେ ପହଞ୍ଚିଛି ।

ସେହିପରି ଭାଇରସ୍ ପ୍ରଭାବରେ ବିଗତ ୨୪ ଘଣ୍ଟା ମଧ୍ୟରେ ପୁଣି ୬୪ ଜଣ ମୃତ୍ୟୁବରଣ କରିଥିବା ନେଇ ଚୀନର ଏକ ସମାଚାର ଏଜେନ୍ସିରେ ରିପୋର୍ଟ ପ୍ରକାଶ ପାଇଛି ।

ଅଧିକ ପଢନ୍ତୁ: କେରଳରେ ତୃତୀୟ କରୋନା ଭାଇରସ ଆକ୍ରାନ୍ତ ରୋଗୀ ଚିହ୍ନଟ

ପ୍ରାପ୍ତ ସୂଚନାନୁଯାୟୀ କରୋନା ଭାଇରସ୍ ବ୍ୟାପିବାର ମୁଖ୍ୟକେନ୍ଦ୍ର ପାଲଟିଛି ହୁବଇର ବୁହାନ ସହର । ଏହାକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ସେଠାକୁ ଡାକ୍ତରୀ ଟିମ୍ ପଠାଇବା ଲାଗି ପ୍ରସ୍ତୁତି ଜାରି ରହିଛି । ବର୍ତ୍ତମାନ ସମୟରେ ଚୀନ ମାର୍କେଟରେ ଜୀବଜନ୍ତୁ ବ୍ୟାପାର ଉପରେ ରୋକ୍ ମଧ୍ୟ ଲଗାଯାଇଛି ।

ଆହୁରି ମଧ୍ୟ ଏହି ଭାଇରାସ୍ ପ୍ରଭାବରେ ଦେଶର ଅନ୍ୟପ୍ରାନ୍ତର ଲୋକମାନେ ମଧ୍ୟ ଧିରେଧିରେ ଆକ୍ରାନ୍ତ ହେଉଥିବା ବେଳେ କେରଳରେ ବର୍ତ୍ତମାନ ସୁଦ୍ଧା ୩ଜଣ କରୋନା ଭାଇରସ୍ ଆକ୍ରନ୍ତଙ୍କୁ ଚିହ୍ନଟ କରାଯାଇଛି । ଆଗାମୀ ଦିନରେ ସଂକ୍ରମିତଙ୍କ ସଂଖ୍ୟା ବଢିବା ଆଶଙ୍କା କରି କେରଳ ସରକାରଙ୍କ ପକ୍ଷରୁ ଏହାକୁ ‘ରାଜ୍ୟ ବିପତ୍ତି’ ଘୋଷଣା କରାଯାଇଛି ।

ଏନେଇ ସ୍ପଷ୍ଟୀକରଣ ଦେଇ ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ କେକେ ସୈଲଜା କହିଛନ୍ତି ଯେ “ଏଭଳି ଘୋଷଣା ଲୋକମାନଙ୍କୁ ଭୟଭୀତ କରିବା ପାଇଁ ନୁହେଁ ବରଂ ଏହାଦ୍ୱାରା ଜନସାଧାରଣ ଅଧିକ ସଚେତନ ରହିବେ । ଯାହାଫଳରେ କରୋନା ଭାଇରସକୁ ସଫଳତାର ସହ ମୁକାବିଲା କରିହେବ” ।

Comments are closed.