Latest Odisha News

BREAKING NEWS

ବିଶ୍ୱ କର୍କଟ ଦିବସ: ପ୍ରତିବର୍ଷ କ୍ୟାନସରରେ ଆକ୍ରାନ୍ତ ହେଉଛନ୍ତି ବହୁଲୋକ

ନୂଆଦିଲ୍ଲୀ/ଭୁବନେଶ୍ୱର: ପ୍ରତିବର୍ଷ ଫେବୃଆରୀ ୪ ତାରିଖକୁ ସାରା ଦେଶରେ ବିଶ୍ୱ କ୍ୟାନସର ଦିବସ ଭାବେ ପାଳନ କରାଯାଇଥାଏ । କର୍କଟ ରୋଗ ସଂପର୍କରେ ଲୋକଙ୍କୁ ସଚେତନ କରିବା ଲାଗି ଏହାକୁ ପାଳନ କରାଯାଉଥିବା ବେଳେ ଚଳିତଥର ଏହାର ଥିମ୍ ରହିଛି ‘ଆଇ ଆମ୍ ଆଣ୍ଡ ଆଇ ୱିଲ୍‌’ ।

ଏହାବ୍ୟତିତ ଅନେକ ସଚେତନତାମୂଳକ ପଦକ୍ଷେପ ଗ୍ରହଣ କରିବା ସତ୍ୱେ କ୍ୟାନସର ରୋଗୀଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି । ସାରା ଦେଶରେ ପ୍ରାୟ ୯୦ ଲକ୍ଷରୁ ଉର୍ଦ୍ଧ୍ୱ ବ୍ୟକ୍ତିଙ୍କ ମୃତ୍ୟୁ ଏହା କାରଣରୁ ହୋଇଥାଏ ।

ଅଧିକ ପଢନ୍ତୁ: ଆଜି ବିଶ୍ୱ କର୍କଟ ଦିବସ; ଅଣଦେଖା କରନ୍ତୁନି ଏସବୁ ଲକ୍ଷଣ

ଜାତୀୟ ଗଣମାଧ୍ୟମ ଇଣ୍ଡିଆ ଟୁଡେର ରିପୋର୍ଟ ଅନୁଯାୟୀ ଭାରତରେ ପ୍ରତି ୮ମି.ରେ ଜଣେ ମହିଳାଙ୍କ ମୃତ୍ୟୁ ସର୍ଭାଇକଲ୍ କ୍ୟାନସର ଯୋଗୁଁ ହୋଇଥାଏ । ସେହିପରି ନ୍ୟାସନାଲ୍ କ୍ୟାନସର ଇନଷ୍ଟିଚ୍ୟୁଟ୍ ଅଫ୍ କ୍ୟାନସର ପ୍ରିଭେସନ୍ ରିସର୍ଚ୍ଚ ଅନୁଯାୟୀ ଦେଶରେ ପ୍ରତି ୨ଜଣ ମହିଳାଙ୍କ ମଧ୍ୟରେ ଜଣେ ସ୍ତନ କର୍କଟରେ ଆକ୍ରାନ୍ତ ହୋଇଥାନ୍ତି ।

ଅପରପକ୍ଷରେ ରକ୍ତ କର୍କଟ, ନ୍ୟୁରୋବ୍ଲାଷ୍ଟୋମା ଓ ବ୍ରେନ୍ ଟ୍ୟୁମର ଭଳି କ୍ୟାନସର ଅତ୍ୟନ୍ତ ମାରାତ୍ମକ ହୋଇଥାଏ ।

ସେହିପରି ରାଜ୍ୟରେ ମଧ୍ୟ ପ୍ରତିବର୍ଷ ପ୍ରାୟ ୪୫-୫୦ ହଜାର ନୂତନ କର୍କଟ ରୋଗୀଙ୍କୁ ଚିହ୍ନଟ କରାଯାଉଛି । ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୧.୮ ଲକ୍ଷ କର୍କଟ ଆକ୍ରାନ୍ତ ବ୍ୟକ୍ତି ରହିଥିବା ନେଇ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଜଣାପଡିଛି ।

କ୍ୟାନସର ପିଡିତ ବ୍ୟକ୍ତିଙ୍କ ମଧ୍ୟରେ ସର୍ବାଧିକ ମୁଖ ଗହ୍ୱର କର୍କଟ ରହିଥିବା ବେଳେ କ୍ରମାନୁଯାୟୀ ସ୍ତନ ଓ ଜରାୟୁ କର୍କଟ ରହିଥିବା ନେଇ ସୁତ୍ରରୁ ପ୍ରକାଶ ।

Leave A Reply

Your email address will not be published.