Latest Odisha News

BREAKING NEWS

କରୋନା ଭାଇରସ ପ୍ରଭାବରେ ଖସୁଛି ତୈଳ ଦର

୧୯୯୧ରେ ହୋଇଥିବା ଗଲ୍ଫ ଯୁଦ୍ଧ ପରଠାରୁ ଅଶୋଧିତ ତୈଳ ମୂଲ୍ୟ ସବୁଠୁ ଅଧିକ ୩୦% ହ୍ରାସ ପାଇଛି। ଯାହାଫଳରେ ଗତ ଜାନୁଆରୀ ୧୦ରୁ ତେଲ ଦର ଖସିବା ସହ ଭୁବନେଶ୍ୱରରେ ପେଟ୍ରୋଲର ମୂଲ୍ୟ ପ୍ରାୟ ୫.୪୩ ଟଙ୍କା ଏବଂ ଡିଜେଲ ୪୦ ୬.୪୦ ହ୍ରାସ ପାଇଛି।

ସୋମବାର ଦିନ ୨୪ ପଇସା ହ୍ରାସ ପାଇବା ପରେ ଭୁବନେଶ୍ୱରରେ ପେଟ୍ରୋଲର ଲିଟର ପିଛା ଦାମ୍ ଟ. ୬୯.୫୫ ରହିଛି। ଲିଟର ୬୭.୭୩ ରେ ଛିଡା ହୋଇଥିବା ଡିଜେଲ କ୍ରମାଗତ ଭାବେ ପଞ୍ଚମ ଦିନ ପାଇଁ ୨୫ ପଇସା ହ୍ରାସ ପାଇଛି।

ଅଶୋଧିତ ଫ୍ୟୁଚର ୧୪.୨୫ ଡଲାର ହ୍ରାସ ପାଇ ବ୍ୟାରେଲରେ ୩୧.୦୨ ଡଲାରରେ ପହଞ୍ଚିଛି। ଜାନୁଆରୀ ୧୭, ୧୯୯୧ ପରଠାରୁ ଏହା ସବୁଠାରୁ ବଡ ହ୍ରାସ ବୋଲି ସୂଚନା ମିଳିଛି।

ଖାସକରି ତୈଳ କମ୍ପାନୀ ମାନେ ପ୍ରତିଦିନ ପେଟ୍ରୋଲ୍ ଓ ଡିଜେଲର ମୂଲ୍ୟ ନିର୍ଣ୍ଣୟ କରିଥାନ୍ତି । ଏପରିକି ପ୍ରତିଦିନ ସକାଳୁ ଏହି ନୂଆ ଦର ମଧ୍ୟ ଲାଗୁ କରାଯାଇଥାଏ ।

Comments are closed.