Latest Odisha News

BREAKING NEWS

ଚାଇନାରେ ଉତ୍ପାଦିତ ଆଇସକ୍ରିମରେ ମିଳିଲା ମାରାତ୍ମକ କରୋନା ଭୂତାଣୁ

ବେଜିଂ: ଚୀନ୍‌ରୁ ବିଶ୍ୱରେ କରୋନା ବିସ୍ତାର କରୁଥିବା ଆଉ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍‌ନାକୁ ଆସିଛି। ପୂର୍ବ ଚାଇନାରେ ଉତ୍ପାଦିତ ଆଇସକ୍ରିମ ଉପରେ କରୋନା ଭୂତାଣୁ ଚିହ୍ନଟ ହୋଇଥିବା ଦେଶରେ ଆତଙ୍କ ସୃଷ୍ଟି କରିଛି। ଯାହା ପରେ କର୍ତ୍ତୃପକ୍ଷ ସେହି ଉତ୍ପାଦିତ ଆଇସକ୍ରିମ କାର୍ଟନ୍‌କୁ ପ୍ରତ୍ୟାବର୍ତ୍ତନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ସୂଚନା ଅନୁଯାୟୀ, ଆଇସକ୍ରିମର ତିନୋଟି ନମୁନାରେ କରୋନା ସଂକ୍ରମିତ ହୋଇଥିବା ଜଣାପଡିଛି।

ସରକାରୀ ବିବୃତ୍ତିରେ କୁହାଯାଇଛି ଯେ ଏହି ଘଟଣା ସାମ୍ନାକୁ ଆସିବା ପରେ ବେଜିଂ ସଂଲଗ୍ନ ତିଆନ୍ଜିନ୍ ଅଞ୍ଚଳରେ ଡାକିଆଡାଓ ଫୁଡ୍ କମ୍ପାନୀକୁ ସିଲ୍ କରାଯାଇଛି। ଏଥିରେ କାର୍ଯ୍ୟ କରୁଥିବା ଶ୍ରମିକମାନଙ୍କୁ କରୋନା ଭୂତାଣୁ ପରୀକ୍ଷା କରାଯାଉଛି। ବର୍ତ୍ତମାନ ସୁଦ୍ଧା ଆଇସକ୍ରିମ ଦ୍ୱାରା କେହି ସଂକ୍ରମିତ ହୋଇଥିବା ଖବର ଆସିନାହିଁ।

ସରକାର କହିଛନ୍ତି ଯେ ସେହି ୨୯ ହଜାର ଆଇସକ୍ରିମ କାର୍ଟନ ମଧ୍ୟରୁ ଅଧିକାଂଶ ବିକ୍ରି ହୋଇନାହିଁ। ଏହାସହ କହିଛି ଯେ ତିଆନ୍ଜିନ୍‌ରେ ବିକ୍ରି ହୋଇଥିବା ୩୯୦ ଆଇସ୍କ୍ରିମ୍ ପ୍ୟାକେଟ୍ ଟ୍ରାକ୍ କରାଯାଉଛି। ରିପୋର୍ଟ ହୋଇଛି ଯେ ଆଇସକ୍ରିମ ତିଆରିରେ ବ୍ୟବହୃତ ହେଉଥିବା ଉପାଦାନଗୁଡ଼ିକରେ ନ୍ୟୁଜିଲ୍ୟାଣ୍ଡର କ୍ଷୀର ପାଉଡର ଏବଂ ୟୁକ୍ରେନ୍‌ର ୱେ-ପାଉଡର ଅନ୍ତର୍ଭୁକ୍ତ।

ବିଶ୍ୱରେ ମହାମାରୀ ସୃଷ୍ଟି କରୁଥିବା କୋଭିଡ-୧୯ ଭୂତାଣୁ ଚାଇନାରେ ଉତ୍ପନ୍ନ ହୋଇ ସମଗ୍ର ବିଶ୍ୱରେ ବ୍ୟାପିଗଲା। ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପ୍ରଥମେ ଏହା ଅଭିଯୋଗ କରି ଏହାକୁ ଚାଇନାର ଭୂତାଣୁ ବୋଲି କହିଥିଲେ। ଟ୍ରମ୍ପଙ୍କ ସମେତ ଦୁନିଆର ଅନେକ ନେତା ଏହାର ତଦନ୍ତ ଦାବି କରିଛନ୍ତି। ଜୀବାଣୁଙ୍କର ଉତ୍ସ ଅନୁସନ୍ଧାନ ପାଇଁ ହୁ ଚାଇନାରେ ପହଞ୍ଚିଛି। 
Leave A Reply

Your email address will not be published.