Latest Odisha News

ଗହୀରମଥା ଓ ଭିତରକନିକାରେ ଡଲଫିନ୍ ଗଣନା, ୯ଟି ଟିମ୍ ନିୟୋଜିତ

କେନ୍ଦ୍ରାପଡ଼: ରାଜନଗର ବ୍ଲକ୍ ଅନ୍ତର୍ଗତ ଭିତରକନିକା ଓ ଗହୀରମଥାରେ ଆଜିଠାରୁ ଆରମ୍ଭ ହୋଇଛି ଡଲଫିନ୍ ଗଣନା । ଧାମରା ମୁହାଁଣଠାରୁ ଦେବୀ ମୁହାଁଣ ଯାଏଁ ସମୁଦ୍ର ମଧ୍ୟରେ ଓ ଭିତରକନିକା ମଧ୍ୟରେ ଥିବା କ୍ରିକ୍ ଓ ନଦୀରେ ଗଣନା ଚାଲିଛି । ଭିତରକନିକା ଅଞ୍ଚଳରେ ଡଲଫିନ୍‌ ଗଣନା କାମରେ ନିୟୋଜିତ ଅଛନ୍ତି ୯ଟି ଟିମ୍ ।

ପ୍ରତି ଗ୍ରୁପରେ ୩ ରୁ ୫ ଜଣ ଲେଖାଏଁ ଗଣନାକାରୀ ରହିଛନ୍ତି । ସମୁଦ୍ର ମଧ୍ୟରେ ୫ଟି ଟିମ୍ ଏବଂ  ନଦୀ, କ୍ରିଜରେ ୪ଟି ଟିମ୍ ଡଲଫିନ୍‌ ଗଣନା କରୁଛନ୍ତି । ଭିତରକନିକା ସଲଗ୍ନ ନଦୀ, କ୍ରିକ୍ ଓ ସମୁଦ୍ରରେ ଇରାୱାର୍ଡ, ହମ୍ପବ୍ୟାକ୍, ଫିନ୍ଲେସ୍ ପରିପଏସ୍, ବଟଲ୍ନୋଜ୍ ଓ ଗାଙ୍ଗେଟିକ୍ ଆଦି ୫ଟି ପ୍ରଜାତିର ଡଲଫିନ୍‌ ଦେଖାଯାଇଥାନ୍ତି ।

ପୂର୍ବରୁ କେବଳ ଚିଲିକାରେ ଡଲଫିନ୍‌ ଗଣନା କରାଯାଉଥିଲା । ରାଜ୍ୟ ସରକାରଙ୍କ ଜଙ୍ଗଲ ଓ ପରିବେଶ ବିଭାଗର ନିଷ୍ପତ୍ତି ଅନୁସାରେ ୫ ବର୍ଷ ହେଲା ଭିତରକନିକା.ରେ  ଡଲଫିନ୍‌ ଗଣନା କରାଯାଉଛି ।

Leave A Reply

Your email address will not be published.