Latest Odisha News

BREAKING NEWS

ଷ୍ଟାଚ୍ୟୁ ଅଫ୍ ୟୁନିଟିକୁ ସିଧାସଳଖ ଟ୍ରେନ୍ ସେବା, ୮ଟି ଟ୍ରେନର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ବର୍ତ୍ତମାନ ଗୁଜୁରାଟର କେଭାଡିଆ ଗାଁକୁ ଯାଇ ସର୍ଦ୍ଦାର ବଲ୍ଲଭାଇ ପଟେଲଙ୍କ ଷ୍ଟାଚ୍ୟୁ ଅଫ୍ ୟୁନିଟି ବୁଲି ଦେଖିବା ଆହୁରି ସହଜ ହେବ । ବର୍ତ୍ତମାନ ଦିଲ୍ଲୀରୁ ସିଧାସଳଖ କେଭାଡିଆ ଗାଁକୁ ଯିବ ଟ୍ରେନ୍ । ଭିଡିଓ କନଫରେନ୍ସିଂରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୮ଟି ନୂଆ ଟ୍ରେନକୁ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି ।

ଏହି ଅବସରରେ ପ୍ରଧାନମନ୍ତ୍ରୀ କହିଛନ୍ତି, ଭାରତୀୟ ରେଳ ଇତିହାସରେ ବୋଧହୁଏ ପ୍ରଥମ ଥର ପାଇଁ ଦେଶର ବିଭିନ୍ନ ସ୍ଥାନରୁ ଗୋଟିଏ ସ୍ଥାନକୁ ଏତେଗୁଡ଼ିଏ ଟ୍ରେନ୍ ଚଳାଚଳ କରୁଛି । ହଜରତ ନିଜାମୁଦ୍ଦିନ ସମେତ ଅନ୍ୟ ଆଠଟି ଷ୍ଟେସନରୁ କେଭାଡିଆ ପାଇଁ ଚାଲୁଥିବା ଟ୍ରେନର ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ ।

ଦିଲ୍ଲୀ ହଜରତ ନିଜାମୁଦ୍ଦିନ ରେଳ ଷ୍ଟେସନରେ ଆୟୋଜିତ କାର୍ୟ୍ୟକ୍ରମରେ ରେଳମନ୍ତ୍ରୀ ପୀୟୁଷ ଗୋୟଲ ଯୋଗ ଦେଇଥିଲେ । ଷ୍ଟାଚ୍ୟୁ ଅଫ୍ ୟୁନିଟି ଏବଂ ନୂତନ ଟ୍ରେନ୍ ବିଷୟରେ ସେ ବିସ୍ତୃତ ସୂଚନା ଦେଇଥିଲେ । କେଭାଡିଆକୁ ଦାଦର, ବାରଣାସୀ, ଅହମ୍ମଦାବାଦ, ହଜରତ ନିଜାମୁଦ୍ଦିନ, ରେଓ୍ୱା, ଚେନ୍ନାଇ, ପ୍ରତାପନଗର ମଧ୍ୟରେ ଚ୍ରେନ ଚଳାଚଳ କରିବ ।

Leave A Reply

Your email address will not be published.