ମୁମ୍ବାଇ: କରୋନ ଯୋଗୁ ବଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରି ଏକ ପ୍ରକାର ବର୍ବାଦ ହୋଇଛି କହିଲେ ଭୁଲ ହେବ ନାହିଁ । ୨୦୨୦ରେ ୯ମାସ ବିତିଯାଇଥିଲେ ମଧ୍ୟ କିଛି ଆଶାର ସଂଚାର ଦେଖାଯାଉ ନାହିଁ । ବଲିଉଡ ୧୩ ବର୍ଷ ପଛକୁ ଚାଲିଯାଇଛଇ । ଟ୍ରେଡ ଆନାଲିଷ୍ଟ ଓ ଡିଷ୍ଟ୍ରିବ୍ୟୁଟର୍ସଙ୍କ ଅନୁସାରେ କରୋନା ଯୋଗୁ ଚଳିତ ବର୍ଷ ଫିଲ୍ମ ଇଣ୍ଡଷ୍ଟ୍ରି ୧୮୦୦-୨୦୦୦ କୋଟି ଟଙ୍କାର କ୍ଷତି ସହିସାରିଛି । ଆସନ୍ତା ବର୍ଷ ହୋଲି ପର୍ଯ୍ୟନ୍ତ ସ୍ଥିତି ଏ ଭଳି ଲାଗି ରହିବ ବୋଲି ଡିଷ୍ଟ୍ରିବ୍ୟୁଟର ରାଜ ବଂସଲ କହିଛନ୍ତି ।
ଫିଲ୍ମ ପ୍ରଯୋଜକଙ୍କ ବିଶେଷ କ୍ଷତି ହୋଇ ନାହିଁ । ଫିଲ୍ମ ପଡିବା ପରେ ଯେଉଁମାନେ ଲାଭ କମାଉଥିଲେ ସେମାନଙ୍କ ହାତ ବନ୍ଦ ହୋଇଯାଇଛି । ୨୦୨୦ରେ ସୂର୍ଯ୍ୟବଂଶୀ, ୮୩, କୁଲୀ ନଂ୧, ରାଧେ:ୟୋର ମୋଷ୍ଟ ୱାନଟେଡ ଭାଇ ଓ ପୃଥ୍ୱୀରାଜ ଭଳି ଫିଲ୍ମ ରିଲିଜ ହୋଇପାରି ନାହିଁ । ଅନେକ ବଡ ବ୍ୟାନର ଫିଲ୍ମ ଓଟିଟି ମାଧ୍ୟମରେ ଫିଲ୍ମ ରିଲିଜ କରାଇ କିଛି ଲାଭ ହାତେଇଛନ୍ତି । ୨୦୦୭ରେ ବଲିଉଡ କଲେକ୍ସନ ୮୨୬ କୋଟି ଥିଲା । ଏ ବର୍ଷ ନଭେମ୍ବର ପର୍ଯ୍ୟନ୍ତ ୮୧୯ କୋଟି ଟଙ୍କା ଆୟ ହୋଇଛି । ଏଥିରୁ କେବଳ ତାହ୍ନାଜୀ ଦି ଅନସଙ୍ଗ ୱାରିୟର ଚଳିତ ବର୍ଷ କେବଳ ହିଟ ମାନ୍ୟତା ପାଇଛି ।
Comments are closed.