Latest Odisha News

BREAKING NEWS

ମ୍ୟାଚ୍ ଜିତିଲେ, ରାହୁଲଙ୍କୁ ମ୍ୟାକ୍ସୱେଲ୍ କ୍ଷମା ମାଗିଲେ !

ଭୁବନେଶ୍ୱର: କିଙ୍ଗସ୍ ଇଲେଭେନର ଦୁଇଜଣ ବ୍ୟାଟ୍ସମ୍ୟାନ୍ ଗ୍ଲେନ୍ ମ୍ୟାକ୍ସୱେଲ୍ ଓ ଜେମ୍ସ ନିଶମଙ୍କ ପାଇଁ ଶୁକ୍ରବାର ଭଲଦିନ ଭାବେ ସାବ୍ୟସ୍ତ ହୋଇଥିଲା । ଭାରତ ବିପକ୍ଷ ଦିନିକିଆରେ ମ୍ୟାକ୍ସୱେଲଙ୍କ କ୍ୱିକ୍ ଫାୟର୍ । ଅନ୍ୟପଟେ ୱେଷ୍ଟ ଇଣ୍ଡିଜ ବିପକ୍ଷ ଟି୨୦ରେ ଜେମ୍ସ ନିଶମଙ୍କ ମ୍ୟାଚ୍ ବିଜୟୀ ଇନିଂସ । ଏହି ଦୁଇଟି ବ୍ୟାଟ୍ସମ୍ୟାନଙ୍କ ପ୍ରଦର୍ଶନ ସେମାନଙ୍କ ଫର୍ମ ଫେରିଥିବା ନେଇ ସଙ୍କେତ ଦେଇଥିଲା ।

ମାତ୍ର ୧୯ଟି ବଲ୍ ଖେଳି ଯେଉଁଠି ମ୍ୟାକ୍ସୱେଲ୍ ୪୫ ରନ୍ କରିଥିଲେ, ସେଠି ନିଶମ୍ ୨୪ଟି ବଲ୍‌ରେ ୪୮ ରନ ସଂଗ୍ରହ କରି ନିଜ ଦେଶକୁ ବିଜୟୀ କରାଇଥିଲେ । ଏହି ଦୁଇ ବ୍ୟାଟ୍ସମ୍ୟାନ୍ ଚଳିତବର୍ଷ ଆଇପିଏଲ୍‌ରେ ବେଶ ଖରାପ ଫର୍ମ ଦେଇ ଗତି କରିଥିଲେ । ତେବେ ନିଜ ଦେଶ ପାଇଁ ଭଲ ପ୍ରଦର୍ଶନ କରିବା ପରେ ଅନେକ ଲୋକ ସୋସିଆଲ୍ ମିଡିଆରେ ବେଶ ମଜାଦାର ମିମ୍ ସେୟାର କରିଥିଲେ ।

ଜିମି ନିଶମ ଏହି ପୋଷ୍ଟଗୁଡିକୁ ସକରାତ୍ମକ ଢଙ୍ଗରେ ଗ୍ରହଣ କରିଥିଲାବେଳେ ମ୍ୟାକ୍ସୱେଲ କିନ୍ତୁ ରାହୁଲଙ୍କୁ କ୍ଷମା ମାଗିଥିବା ସୋସିଆଲ୍ ମିଡିଆରେ ଉଲ୍ଲେଖ କରିଥିଲେ । ଖବର ଅନୁଯାୟୀ ଆଇପିଏଲ୍‌ରେ ବିଫଳ ହେବା ସତ୍ତ୍ୱେ ନିଜ ଦେଶ ପାଇଁ ଭଲ ପ୍ରଦର୍ଶନ କରିବା ଅବସରରେ, ମ୍ୟାଚ୍ ମଝିରେ ହିଁ ମ୍ୟାକ୍ସୱେଲ୍ କୁଆଡେ କେ.ଏଲ୍ ରାହୁଲଙ୍କୁ ଭୁଲ ମାଗଥିଲେ ।

Leave A Reply

Your email address will not be published.