Latest Odisha News

BREAKING NEWS

କରୋନା ଆତଙ୍କ; ଚୀନରେ ଫସିରହିଥିବା ପାକିସ୍ତାନୀ ଛାତ୍ରଙ୍କ ଭିଡିଓ ହେଲା ଭାଇରାଲ

ଉହାନ : ଚୀନର ଉହାନରେ ଦ୍ରୁତ ଗତିରେ କରୋନା ଭାଇରସ ବ୍ୟାପୁଛି । ଏହାକୁ ଆଖି ଆଗରେ ରଖି ଭାରତ ସରକାର ଦୁଇଟି ପର୍ଯ୍ୟାୟରେ ଭାରତୀୟ ଛାତ୍ରଙ୍କୁ ଚୀନରୁ ଫେରାଇ ଆଣିଛନ୍ତି । କିନ୍ତୁ ଚୀନରେ ଥିବା ପାକିସ୍ତାନୀ ଛାତ୍ରଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି ହୋଇଛି । ପାକିସ୍ତାନ ସରକାର ତାଙ୍କ ନାଗରିକଙ୍କୁ ଚୀନରୁ ଫେରାଇ ଆଣିବା ପାଇଁ କିଛି କରୁନାହାଁନ୍ତି । ଏନେଇ ଏକ ଭିଡିଓ ଭାଇରାଲ ହେଉଛି । ଯେଉଁଥିରେ ଜଣେ ପାକିସ୍ତାନୀ ଛାତ୍ର କହୁଛନ୍ତି କି, “ପାକିସ୍ତାନ ସରକାରକୁ ଲଜ୍ଜା ଲାଗୁ । ଭାରତ ଠାରୁ କିଛି ଶିଖ । ସେମାନେ କେମିତି ନିଜ ନାଗରିକଙ୍କ ଧ୍ୟାନ ରଖୁଛନ୍ତି ।”

ସୂଚନାଯୋଗ୍ୟ, ପାକିସ୍ତାନର ପାଖାପାଖି ୮୦୦ ଛାତ୍ର ଉହାନ ବିଶ୍ୱବିଦ୍ୟାଳୟରେ ଫସି ରହିଛନ୍ତି । ଯେଉଁଠି କରୋନା ଭାଇରସର ପ୍ରକୋପ ରହିଛି । ପାକିସ୍ତାନୀ ରାଷ୍ଟ୍ରଦୂତ ସୂଚନା ଦେଇଛନ୍ତି, “ପାକିସ୍ତାନ ଏହି ଭାଇରସ ସହିତ ଲଢ଼ିବାକୁ ପ୍ରସ୍ତୁତ ନୁହେଁ । ପାକିସ୍ତାନରେ ଉନ୍ନତ ସ୍ତରର ଚିକିତ୍ସା ସୁବିଧା ନାହିଁ । ଚୀନରେ ଉତ୍ତମ ଚିକିତ୍ସା ସୁବିଧା ଥିବାରୁ ସେ ଏଭଳି ରୋଗର ସାମନା କରିପାରିବ । ସେଥିପାଇଁ ଆମେ ଚୀନର ଅଧିକାରୀଙ୍କ ସହ ଯୋଗାଯୋଗରେ ଅଛୁ ।”

Leave A Reply

Your email address will not be published.