ଭୋପାଲ: କାରୋନା ମହାମାରୀକୁ ନେଇ କେନ୍ଦ୍ରକୁ ଟାର୍ଗେଟ କରିଛନ୍ତି ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ କମଲନାଥ । ସେ କହିଛନ୍ତି, ଲକଡାଉନ୍ ଲାଗୁ କରିବାରେ କେନ୍ଦ୍ର ସରକାର ବିଳମ୍ବରେ ନିଷ୍ପତ୍ତି ନେଇଛନ୍ତି । ମଧ୍ୟପ୍ରଦେଶରେ ବିଜେପି ସରକାର ଗଠନରେ ଯେତିକି ବିଳମ୍ବ ହେଉଥିଲା ସରକାର ଲକଡାଉନ ଜାରି କରିବାରେ ସେତିକି ବିଳମ୍ବ କରିଥିଲେ ବୋଲି ସେ କହିଛନ୍ତି ।
ଯଦି ପୂର୍ବରୁ ଲକଡାଉନ୍ ଲାଗୁ କରାଯାଇଥାନ୍ତା ତେବେ ଦେଶ ଆଜି ସମ୍ପୂର୍ଣ୍ଣ କରୋନା ମୁକ୍ତ ହୋଇଥାନ୍ତା ବୋଲି କମଲନାଥ କହିଛନ୍ତି । ରାହୁଲ ଗାନ୍ଧୀ କୋଭିଡ-୧୯କୁ ନେଇ ଉଦ୍ବେଗ ପ୍ରକାଶ କରିବାର ୪୦ଦିନ ପରେ କେନ୍ଦ୍ର ଲକଡାଉନ୍ ଘୋଷଣା କଲା। ତେଣୁ କୋଭିଡ-୧୯ର ମୁକାବିଲା କରିବାକୁ ହେଲେ ଯେଉଁ ପଦକ୍ଷେପ ନେବାକଥା ସେଥିରେ କେନ୍ଦ୍ର ସରକାର ବିଳମ୍ବ କଲେ ବୋଲି କମଳନାଥ ଅଭିଯୋଗ କରିଛନ୍ତି।
ଏଥିସହ ସେ ଶିବରାଜ ସରକାରଙ୍କୁ ମଧ୍ୟ ଟାର୍ଗେଟ କରିଛନ୍ତି । ସେ କହିଛନ୍ତି, ରାଜ୍ୟରେ ନୂଆ ସରକାର ପରିସ୍ଥିତିର ଯେପରି ମୁକାବିଲା କରିବା କଥା ତାହା ଏବେ କରିବାରେ ବିଫଳ ହୋଇଛି । ମଧ୍ୟପ୍ରଦେଶ ଏକମାତ୍ର ରାଜ୍ୟ ଯେଉଁଠି ଏବେ କେହି ସ୍ବାସ୍ଥ୍ୟମନ୍ତ୍ରୀ ଓ ସ୍ବରାଷ୍ଟ୍ରମନ୍ତ୍ରୀ ନାହାନ୍ତି ବୋଲି ସେ କହିଛନ୍ତି ।
BREAKING NEWS
- ଡ୍ୟୁଟି ବେଳେ ହୋମଗାର୍ଡଙ୍କ ମୃତ୍ୟୁ
- ISRO ଉତ୍କ୍ଷେପଣ କଲା PSLV-C62 ରକେଟ୍ ‘ଅନ୍ୱେଷା’
- Rourkela Plane Crash: ବିମାନ ଦୁର୍ଘଟଣାସ୍ଥଳ ଅନୁଧ୍ୟାନ କଲେ ପରିବହନ ମନ୍ତ୍ରୀ, କହିଲେ ଭଗବାନ ଆମକୁ ରକ୍ଷା କରିଦେଲେ…
- ନିଜକୁ ‘ଭେନେଜୁଏଲାର କାର୍ଯ୍ୟକାରୀ ରାଷ୍ଟ୍ରପତି’ କହିଲେ ଡୋନାଲ୍ଡ ଟ୍ରମ୍ପ, ନିଜ ପୋଷ୍ଟରେ କଲେ ଦାବି…
- Weather Update: ୧୩ ଓ ୧୪ରେ ତଳମୁହାଁ ହେବ ପାରଦ, ଓଡ଼ିଶାକୁ ପୁଣି ଥରାଇବ ଶୀତ
- Suspicious Drones: ଏଲଓସିରେ ଦେଖାଗଲା ପାକିସ୍ତାନୀ ଡ୍ରୋନ୍, ହାଇଆଲର୍ଟରେ ସୁରକ୍ଷା ବାହିନୀ
- ଜଳିଗଲା ୨୦ରୁ ଅଧିକ ବାଇକ୍,ପୋଲିସ କରିଥିଲା ସିଜ୍
- ରେଳଷ୍ଟେସନରୁ ୫ ଆନ୍ତଃରାଜ୍ୟ ଚାଲାଣକାରୀ ଗିରଫ,ଗଞ୍ଜେଇ ଜବତ
- ଉଦୟଗିରିରେ ଅର୍ନ୍ତଜାତୀୟ ବୌଦ୍ଧ ସମ୍ମିଳନୀ ଉଦଘାଟିତ, ଦେଶ ବିଦେଶରୁ ଆସିଛନ୍ତି ୧୭୦୦ରୁ ବୌଦ୍ଧ ଧର୍ମାବଲମ୍ବୀ
- Cyber Fraud Busted: ପୋଲିସ ହାତରେ ଧରାପଡିଲେ ୧୨ ଆନ୍ତଃରାଜ୍ୟ ସାଇବର ଲୁଟେରା
Comments are closed.