Latest Odisha News

ଚିନ୍ତା ବଢ଼ାଉଛି କୋରୋନା ଭାଇରସ; ଚୀନ ପରେ ଭାରତରେ ଆଲର୍ଟ ଜାରି

କେରୋନା ଭାଇରସ ବିଷୟରେ ଏବେ ବେଶି କେହି କିଛି ଜାଣି ନାହାନ୍ତି । ମାତ୍ର ଚାଇନା ପରେ ଏବେ ଏହା ଅମେରିକାକୁ ଚିନ୍ତାରେ ପକାଇଛି । ଏହି ସଂକ୍ରମଣ ରୋଗ ସମ୍ପର୍କରେ ଚାଇନା ପାଖାପାଖି ଦେଶଗୁଡିକ କୌଣସି ରିପୋର୍ଟ ଦେଇ ନ ଥିଲେ ମଧ୍ୟ ଏଥିନେଇ ଏବେ ୱାର୍ଲ୍ଡ ହେଲଥ ଅରଗାନାଇଜେନଶନ ଚିନ୍ତା ପ୍ରକଟ କରିଛି ।

ପ୍ରାରମ୍ଭିକ ରିପୋର୍ଟରେ କୋରୋନା ଭାଇରସ ଦ୍ୱାରା ଚାଇନାରେ ୯ଜଣ ମୃତ୍ୟୁବରଣ କରିଥିବା ବେଳେ ୫୦୦ଜଣ ସଂକ୍ରମିତ ହୋଇଛନ୍ତି । ଭାରତ ସମେତ ଅନ୍ୟ ଏସୀୟ ଦେଶଗୁଡିକ ଏବେଠାରୁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିଲେଣି । ଏହା ସଂକ୍ରମିତ ରୋଗୀର ଛିଙ୍କ, ଖାସ ଓ ହାଥ ସଂସ୍ପର୍ଶରେ ଆସିଲେ ବ୍ୟାପିଥାଏ ।

ଏପରିକି ଆକ୍ରାନ୍ତ ପଶୁ ଦ୍ୱାରା ମଧ୍ୟ ଏହା ସଂକ୍ରମିତ ହୋଇଥାଏ । ଏହି ରୋଗ ପାଇଁ କୌଣସି ଔଷଧ ବାହାରି ନାହିଁ । ପ୍ରଥମେ ଚୀନର ବୁହାନ ସହରରେ ଦେଖା ଯାଇଥିଲା ।

ସାଧାରଣତଃ ଏହି ଭାଇରାସ ପଶୁଙ୍କଠାରେ ଥାଏ । ସାଧାରଣ ଥଣ୍ଡା ପରି ଏହାର ଲକ୍ଷଣ ଆରମ୍ଭ ହୋଇଥାଏ ଏବଂ ଧିରେ ଧିରେ ନିମୋନିଆ ଏବଂ ବ୍ରୋଙ୍କାଇଟିସ ଆଡକୁ ଗତି କରିଥାଏ । ଥଣ୍ଡା ରୋଗ ନ ବ୍ୟାପିବା ପାଇଁ ଯେଉଁ ପଦକ୍ଷେପ ଗ୍ରହଣ କରାଯାଇଥାଏ । ଏଥିପାଇଁ ସମାନ ପଦକ୍ଷେପ ଗ୍ରହଣ କରାଯାଇଥାଏ ।

Leave A Reply

Your email address will not be published.