Latest Odisha News

BREAKING NEWS

କରୋନାର ଦ୍ୱିତୀୟ ଲହରରେ ଏହି ବୟସ୍କ ଲୋକଙ୍କୁ ରହିଛି ବେଶି ସଂକ୍ରମଣ ବିପଦ

ନୂଆଦିଲ୍ଲୀ: କରୋନାରୁ ସୁସ୍ଥ ହେବା ପରେ ପୁଣି ଦ୍ୱିତୀୟ ଥର ହୋଇପାରେ ସଂକ୍ରମଣ । ତେବେ, ଏମିତି ହେଲେ କାହା ପାଇଁ ରହିଛି ବେଶି ବିପଦ । ଏହି ପ୍ରଶ୍ନର ଉତ୍ତର ଖୋଜିବାରେ ଲାଗି ପଡ଼ିଛନ୍ତି ବିଶେଷଜ୍ଞ । ହୋଇଥିବା ଏକ ନୂଆ ଅଧ୍ୟୟନରୁ ଜଣାପଡ଼ିଛି ଏଥିରେ ସର୍ବାଧିକ ପ୍ରଭାବିତ ହେବେ ବୟସ୍କ ।

କରୋନାର ପ୍ରଥମ ଲହରକୁ ସାମ୍ନା କରିଥିବା ବୟସ୍କଙ୍କ ଲାଗି ଏବେ ବି ବିପଦ ଟଳିନି । ଡେନମାର୍କରେ ହୋଇଥିବା ଏକ ଅଧ୍ୟୟନରୁ ଜଣାପଡ଼ିଛି ୬୫ ବର୍ଷ ବୟସ୍କରୁ କମ୍ ବୟସ୍କ କୋଭିଡରୁ ସୁସ୍ଥ ହୋଇଥିଲେ ଅତି କମରେ ୬ ମାସ ଯାଏ ପୁନଃ ସଂକ୍ରମଣରୁ ୮୦ ପ୍ରତିଶତ ସୁରକ୍ଷା ମିଳିଥାଏ । ଆଉ ୬୫ ବର୍ଷରୁ ଅଧିକ ବୟସ୍କଙ୍କ କ୍ଷେତ୍ରରେ ଏହି ସୁରକ୍ଷା ମାତ୍ର ୪୭ ପ୍ରତିଶତ ବୋଲି ଜଣାପଡ଼ିଛି ।

ବୟସ୍କଙ୍କ ସୁରକ୍ଷା ଲାଗି ଉପାୟ ବାହାର କରିବା ଜରୁରୀ । କାରଣ କରୋନା ସେମାନଙ୍କ ଲାଗି ମୃତ୍ୟୁ ଡାକି ଆଣିଥାଏ । ସିରମ ଇନଷ୍ଟିଚ୍ୟୁଟର ଅଧ୍ୟୟନକାରୀ ଷ୍ଟିନ୍ ଏଥିଲବର୍ଗଙ୍କ ଅନୁସାରେ- ଯୁବକ, ସୁସ୍ଥ ଲୋକଙ୍କ ଠାରେ କୋଭିଡ୍ ସଂକ୍ରମଣ ଦୁର୍ଲଭ । କିନ୍ତୁ ବୟସ୍କଙ୍କୁ କରୋନା ଭାଇରସ୍ ପୁନଃ ସଂକ୍ରମଣ ହେବା ସମ୍ଭାବନା ଅଧିକ ।

Leave A Reply

Your email address will not be published.