Latest Odisha News

କରୋନାଭାଇରସ: ସୋସିଆଲ୍ ମିଡିଆରେ ଗୁଜବ ପ୍ରଚାର କରି ପୁଣି ଜଣେ ଗିରଫ

ଅନୁଗୁଳ: ଅନୁଗୁଳରେ କରୋନାଭାଇରସ୍ (କୋଭିଡ-୧୯) ବିସ୍ତାର ସମ୍ପର୍କରେ ସୋସିଆଲ୍ ମିଡିଆରେ ଗୁଜବ ପ୍ରଚାର ଅଭିଯୋଗରେ ଜଣେ ବ୍ୟକ୍ତିଙ୍କୁ ଟାଉନ ଥାନା ପୋଲିସ ଗିରଫ କରିଛି।

ସମ୍ପୃକ୍ତ ବ୍ୟକ୍ତି ଜଣକ ବିଜୟ କୁମାର ସୋନି ବୋଲି ଜଣାପଡିଛି।

ପୋଲିସର ସୂଚନାନୁଯାୟୀ ଅଭିଯୁକ୍ତ ଜଣକ ତାଙ୍କ ଅଞ୍ଚଳରେ କରୋନାଭାଇରସରେ ଜଣେ ବ୍ୟକ୍ତି ଆକ୍ରାନ୍ତ ହୋଇଥିବା ନେଇ ଏକ ଖବରକୁ ସେ ସୋସିଆଲ୍ ମିଡିଆରେ ପୋଷ୍ଟ କରିଥିଲେ ।
ପରେ ଏସମ୍ପର୍କରେ ପୋଲିସ ତଦନ୍ତ କରିଥିବା ବେଳେ ଏହି ଖବର ମିଥ୍ୟା ବୋଲି ଜଣାପଡିଥିଲା ।

ପରବର୍ତ୍ତୀ ସମୟରେ ପୋଲିସ ବିଜୟକୁ ଗିରଫ କରିବା ସହ ଗୋଟିଏ ମୋବାଇଲ୍ ଫୋନ ଜବତ କରିଛି ।

ପୂର୍ବରୁ ଏଭଳି ଏକ ଘଟଣାରେ ତାଳଚେରର ଜଣେ ବ୍ୟକ୍ତି ଗିରଫ ହୋଇଥିଲେ ।

ଓଡିଶା କ୍ୟାବିନେଟ ନିକଟରେ ଓଡିଶା କୋଭିଡ -୧୯ ନିୟମାବଳୀ ୨୦୨୦କୁ ଅନୁମୋଦନ କରିଥିଲେ । ତଦନୁଯାୟୀ କୌଣସି ଅଜ୍ଞାତ ସୂଚନା କିମ୍ବା ଗୁଜବ ପ୍ରଚାର କରିଲେ, ସେନେଇ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ନିର୍ଦ୍ଦେଶ ଦେଇଥିଲେ ।

Comments are closed.