Latest Odisha News

BREAKING NEWS

ଟ୍ରେନରେ ଯାତ୍ରୀଙ୍କୁ ମିଳିବନି ଚା, ଜଳଖିଆ

ନୂଆଦିଲ୍ଲୀ: ଟ୍ରେନ୍ ଯାତ୍ରୀଙ୍କ ପାଇଁ IRCTCର ଜରୁରୀ ସୂଚନା । ଯାତ୍ରୀଙ୍କୁ ମିଳିବନି ଚା, ଜଳଖିଆ କିମ୍ବା ମିଲ୍ । ଏପରିକି ଷ୍ଟେସନରେ ଫୁଡ୍ ପ୍ଲାଜା, ରେଲୱେ କିଚେନ୍ ଏବଂ ଜନ ଆହାର ବନ୍ଦ ହେବ । କରୋନା ଭାଇରସକୁ ଦୃଷ୍ଟିରେ ରଖି ପ୍ରତିଷଧକମୂଳକ ପଦକ୍ଷେପ ନେଇଛି IRCTC । ଆସନ୍ତାକାଲିଠୁ ଟ୍ରେନରେ ମିଳୁଥିବା ସମସ୍ତ ଖାଇବା ପିଇବା ବ୍ୟବସ୍ଥା ବନ୍ଦ ରହିବ ।

ଏନେଇ IRCTC ମହାପ୍ରବନ୍ଧକ ସବୁ ଜୋନ୍‌ର ମହାପ୍ରବନ୍ଧକଙ୍କୁ ଚିଠି ଲେଖି ଅବଗତ କରାଇଛନ୍ତି । ପରବର୍ତ୍ତୀ ଆଦେଶ ଯାଏଁ ଏହାକୁ କାର୍ଯ୍ୟକାରୀ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।

Leave A Reply

Your email address will not be published.