Latest Odisha News

BREAKING NEWS

କରୋନା ବିରୋଧରେ ଲଢେଇ; ରୋଗ ପ୍ରତିରୋଧ ଶକ୍ତି ବୃଦ୍ଧି ଲାଗି ଲାଭଦାୟକ ଏହି ୩ଟି ପ୍ରାଣାୟାମ !

ଭୁବନେଶ୍ୱର: ଘାତକ କରୋନା ଭୂତାଣୁ ସଂକ୍ରମଣରୁ ରକ୍ଷା ପାଇବାକୁ ହେଲେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବା ନିତାନ୍ତ ଜରୁରୀ । ବିଭିନ୍ନ କଞ୍ଚା ପରିବା ତଥା ଫଳମୂଳ ଭୋଜନ ଦ୍ୱାରା ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରାଯାଇପାରେ । ଏତଦ୍ ବ୍ୟତୀତ କିଛି ପ୍ରାଣାୟାମ କରିବା ଦ୍ୱାରା ଶରୀରର ରୋଗ ପ୍ରତିରୋଧକ ଶକ୍ତିକୁ ବୃଦ୍ଧି କରାଯାଇପାରିବ ।

ମନୁଷ୍ୟ ଶରୀରରେ ଥିବା ଫୁସଫୁସ ଏକ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ । ଏହାଦ୍ୱାରା ରକ୍ତ ସଞ୍ଚ ।ଳନ ପ୍ରକ୍ରିୟା ତ୍ୱରାନ୍ୱିତ ହୋଇଥାଏ । ସାଧାରଣତଃ ମନୁଷ୍ୟ ଶ୍ୱସନପାଇଁ ଯେଉଁ ବାୟୁକୁ ଗ୍ରହଣ କରିଥାଏ, ତାହାକୁ ଆମେ ଅକ୍ସିଜେନ ବା ଅମ୍ଳଜାନ କହିଥାଉ । ସେହିପରି ଭାବେ ପ୍ରଶ୍ୱାସ ଦ୍ୱାରା ଯେଉଁ ବାୟୁକୁ ନିଷ୍କାସନ କରିଥାଉ ତାହାକୁ କାର୍ବନ ଡାୟକସାଇଡ଼ ବା ଅଙ୍ଗାରକାମ୍ଳ କହିଥାଉ । ସେଥିରେ ଅଧିକ ଭାବେ ନାଇଟ୍ରୋଜେନ ହିଁ ରହିଥାଏ । ତଥା ଆମେ ଯେଉଁ ବାୟୁ ଛାଡ଼ିଥାଉ ସେଥିରେ ମଧ୍ୟ ଅଧିକ ନାଇଟ୍ରୋଜେନ ରହିଥାଏ ।

କିନ୍ତୁ ଆମ ଶରୀରର ଆନ୍ତରିକ ସଂରଚନା ଏହି ପ୍ରକାରରେ ଯେ, ଫୁସଫୁସରୁ ନୈସର୍ଗିକ ରୂପରେ ଆମର ରକ୍ତ କଣିକାଗୁଡ଼ିକ ଅକ୍ସିଜେନକୁ ହିଁ ଅବଶୋଷିତ କରିଥାଆନ୍ତି । ତଥା କାର୍ବନ ଡ଼ାୟକସାଇଡ୍ କୁ ଛାଡ଼ିଦେଇଥାଆନ୍ତି । ପ୍ରାଣାୟାମ କରିବା ଦ୍ୱାରା ଅଧିକ ମାତ୍ରାରେ ଅକ୍ସିଜେନ ଫୁସଫୁସରେ ରହିବା ସହିତ ରୋଗ ପ୍ରତିରୋଧକ କୋଷକୁ ପୋଷଣ କରିଥାଏ । ଏହାଦ୍ୱାରା ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଥାଏ । ଫୁସଫୁସରେ ପ୍ରାୟ ୩୦ କୋଟି ଶ୍ୱସନ କୋଷ ରହିଥାଏ ।

ରୋଗ ପ୍ରତିରୋଧ ଶକ୍ତି ବୃଦ୍ଧି କରିବାକୁ ହେଲେ ଆମକୁ ଦୈନିକ ୩ଟି ପ୍ରାଣାୟାମ ଅଧିକ ମାତ୍ରାରେ କରିବାକୁ ପଡ଼ିବ । ପ୍ରକୃତରେ ଦେଖିବାକୁ ଗଲେ କପାଳଭାତି ପ୍ରାଣାୟାମ, ଅନୁଲୋମ ବିଲୋମ ଏବଂ ଭତ୍ସିକା ପ୍ରାଣାୟାମ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବାକୁ ବେଶ୍ ଲାଭଦାୟକ ।

Leave A Reply

Your email address will not be published.