Latest Odisha News

BREAKING NEWS

‘ନମସ୍ତେ’ ଆଡ଼ଭାଇଜରିରୁ ଓଡ଼ିଆ ଉଭାନ

ନୂଆଦିଲ୍ଲୀ: କରୋନାଭାଇରସ କବଳରୁ ନିଜକୁ ସୁରକ୍ଷିତ କରିବା ପାଇଁ ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟ ପକ୍ଷରୁ ରବିବାର ଦିନ ଏକ ଭିଜୁଆଲ୍ ଆଡଭାଇଜରି ଜାରି କରାଯାଇଛି ।

ପାରମ୍ପାରିକ ଭାରତୀୟ ଅଭିବାଦନ ଅନୁଯାୟୀ ଏକ ଯୋଡି ପାପୁଲିରେ ହିନ୍ଦୀରେ ଲିଖିତ ‘ନମସ୍ତେ’ ଦର୍ଶାଯାଇଛି ଜ୍ଝ ଏହି ଆଡଭାଇଜରିରେ ଅନ୍ୟମାନଙ୍କ ମଧ୍ୟରେ ଗୁଜୁରାଟୀ, ଗୁରୁମୁଖୀ, ବଙ୍ଗାଳୀ, ତେଲୁଗୁ, ତାମିଲ ଏବଂ ଉର୍ଦ୍ଦୁ ସମେତ ଅନ୍ୟ ୧୬ଟି ଭାରତୀୟ ସ୍ଥାନୀୟ ଭାଷାରେ ନମସ୍କାର ଚିତ୍ର ରହିଛି ।

ତେବେ କେନ୍ଦ୍ରର ଏହି ଆଡଭାଇଜରିରେ ଓଡିଆ ଭାଷା ଉଲ୍ଲେଖ ନଥିବା ଦେଖାଯାଇଛି ।

Comments are closed.