Latest Odisha News

BREAKING NEWS

ସୋମବାର ଶକ୍ତି ପରୀକ୍ଷା, ରାତିଅଧରେ କମଲନାଥଙ୍କୁ ଆସିଲା ନିର୍ଦ୍ଦେଶ

ଭୋପାଲ: ସିନ୍ଧିଆ ଏବଂ ତାଙ୍କ ୨୨ ସମର୍ଥକ ଇସ୍ତଫା ପରେ ମଧ୍ୟପ୍ରଦେଶରେ ସୃଷ୍ଟି ହୋଇଛି ରାଜନୈତିକ ସଂକଟ । ଏହାରି ଭିତରେ ସୋମବାର ଶକ୍ତି ପରୀକ୍ଷା ଦେବେ ମୁଖ୍ୟମନ୍ତ୍ରୀ କମଲନାଥ । ଏନେଇ ରାତିଅଧରେ ତାଙ୍କୁ ପାଖକୁ ଆସିଛି ନିର୍ଦ୍ଦେଶ । ଶନିବାର ରାତିରେ ରାଜ୍ୟପାଳ ଲାଲାଜୀ ଟଣ୍ଡନ ମୁଖ୍ୟମନ୍ତ୍ରୀ କମଲନାଥଙ୍କୁ ଚିଠି ପଠାଇଛନ୍ତି ।
ଏହି ଚିଠିରେ ସୋମବାର କମଲନାଥଙ୍କୁ ଆସ୍ଥା ଭୋଟର ସମ୍ମୁଖିନ ହେବାକୁ ପଡିବ ବୋଲି ରାଜ୍ୟପାଳ କହିଛନ୍ତି । ଏଥିସହ ସାମ୍ବିଧାନିକ ଧାରା ୧୭୪ ଏବଂ ୧୭୫(୨) ଅନୁଯାୟୀ କମଲନାଥ ସରକାରଙ୍କୁ ବିଶ୍ୱାସ ମତ ଲୋଡିବାକୁ ପଡିବ ବୋଲି ରାଜ୍ୟପାଳ ଚିଠିରେ ଉଲ୍ଲେଖ କରିଛନ୍ତି । ଭୋଟ ବଂଟନ ଉପରେ ଆଧାର କରି ଆସ୍ଥା ଭୋଟ ହେବ । ଏ ସମସ୍ତ ପ୍ରକ୍ରିୟାର ରେକର୍ଡିଂ ବିଧାନସଭା ଦ୍ୱାରା ସ୍ୱାଧୀନ ବ୍ୟକ୍ତିଙ୍କ ନିକଟରେ କରାଯିବ ।

Leave A Reply

Your email address will not be published.