Latest Odisha News

ପେନସନ ଭୋଗୀଙ୍କ ଲାଗି ୫% ମହଙ୍ଗା ଭତ୍ତା ବୃଦ୍ଧି କଲେ ରାଜ୍ୟ ସରକାର

ଭୁବନେଶ୍ୱର: ରାଜ୍ୟ ସରକାରୀ ପେନସନଭୋଗୀ ମାନଙ୍କ ପାଇଁ ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁକ୍ରବାର ଦିନ ୫ ପ୍ରତିଶତ ମହଙ୍ଗା ଭତ୍ତା ମଞ୍ଜୁର କରିଛନ୍ତି ।

ଏହି ୫ ପ୍ରତିଶତ ମହଙ୍ଗା ଭତ୍ତା ବୃଦ୍ଧି ହେବା ଫଳରେ ପେନସନଭୋଗୀଙ୍କ ମହଲରେ ଖୁସି ପ୍ରକାଶ ପାଇଛି । ପୂର୍ବରୁ ଏହି ମହଙ୍ଗା ଭତ୍ତାର ପରିମାଣ ୧୨ ପ୍ରତିଶତ ରହିଥିବାବେଳେ ଏବେ ୧୭% ହୋଇଛି ।

ଏହା ୨୦୧୯ ମସିହା ଜୁଲାଇ ୧ ତାରିଖରୁ ପିଛିଲା ଭାବେ କାର୍ଯ୍ୟକାରୀ ହେବା ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି ।

ଉଲ୍ଲେଖଯୋଗ୍ୟ, କର୍ମଚାରୀମାନେ ପାଞ୍ଚ ମାସର ବିଚାରାଧୀନ ଡିଏକୁ ଦେବା ପାଇଁ ଦାବି କରିଥିଲେ । ଗତ ମାସରେ ସରକାର ଏହାର କର୍ମଚାରୀ ଏବଂ ପେନସନଭୋଗୀଙ୍କ ପାଇଁ ୫ ପ୍ରତିଶତ ଡିଏ ଘୋଷଣା କରିବା ପରେ ଜୁଲାଇ ୧, ୨୦୧୯ ବଦଳରେ ଜାନୁୟାରୀ ୧, ୨୦୨୦ ଠାରୁ ଏହାର ପ୍ରତିବାଦ କରିବାକୁ ଧମକ ଦେଇଥିଲେ।

Leave A Reply

Your email address will not be published.