ନ୍ୟୁୟର୍କ: ଯୁକ୍ତରାଷ୍ଟ୍ର ଆମେରିକା କରୋନା ସଂକ୍ରମଣ ଯୋଗୁଁ ବହୁତ ମାତ୍ରାରେ କ୍ଷତିଗ୍ରସ୍ତ ହୋଇଛି । କରୋନା ଭୂତାଣୁର ଉତ୍ପତ୍ତିସ୍ଥଳ ଚୀନର ୟୁହାନ ସହରରୁ ସାରା ବିଶ୍ୱକୁ ବ୍ୟାପି ଯିବାପରେ ବିଶ୍ୱର ଅର୍ଥନୀତି ଏବେ ବିପର୍ଯ୍ୟସ୍ତ ଅବସ୍ଥାକୁ ଆସିସାରିଛି । ଯୁକ୍ତରାଷ୍ଟ୍ର ଆମେରିକା ବିଶ୍ୱର ଶ୍ରେଷ୍ଠ ଅର୍ଥନୈତିକ ରାଷ୍ଟ୍ର ହୋଇଥିଲେ ମଧ୍ୟ ଏବେ ଆଶଙ୍କାରେ ରହିଛି ଏହି ରାଷ୍ଟ୍ର । କେବଳ ଆମେରିକା ନୁହେଁ ଅନେକ ୟୁରୋପୀୟ ରାଷ୍ଟ୍ର ମଧ୍ୟ ଏହି କରୋନା ଭୂତାଣୁର ଶିକାର ହୋଇଛନ୍ତି । କଥାହେଲା, କରୋନା ଭୂତାଣୁର ଉତ୍ପତ୍ତିସ୍ଥଳ ଚୀନରେ ଏବେ ଭୂତାଣୁ ସଂକ୍ରମଣ ଏକପ୍ରକାର ନିୟନ୍ତ୍ରିତ ଅବସ୍ଥାକୁ ଫେରିଛି । ମାତ୍ର ଯୁକ୍ତରାଷ୍ଟ୍ର ଆମେରିକା ସମେତ ଇଟାଲୀ, ଫ୍ରାନ୍ସ, ବ୍ରିଟେନ, ସ୍ପେନ, ଇରାନ ଆଦି ରାଷ୍ଟ୍ର ମାନଙ୍କ ଅବସ୍ଥା ସଙ୍ଗୀନ । ଏବେ ଗତ କିଛିଦିନ ହେଲା ଭୂତାଣୁ ସଂକ୍ରମଣ ଅଧିକ ମାତ୍ରାରେ ଚାଲିଥିବା ବେଳେ ଏହି ସବୁ ରାଷ୍ଟ୍ର ଗୁଡ଼ିକରେ କରୋନା ମୃତ୍ୟୁ ସଂଖ୍ୟା ଦ୍ରୁତଗତିରେ ବୃଦ୍ଧି ପାଇଚାଲିଛି ।
The W.H.O. really blew it. For some reason, funded largely by the United States, yet very China centric. We will be giving that a good look. Fortunately I rejected their advice on keeping our borders open to China early on. Why did they give us such a faulty recommendation?
— Donald J. Trump (@realDonaldTrump) April 7, 2020
ଆମେରେକୀୟ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ତାଙ୍କ ଦେଶରେ କରୋନା ଭୂତାଣୁ ସଂକ୍ରମଣର କାରଣ ପରଖିବାକୁ ଆରମ୍ଭ କରିଛନ୍ତି । ଏପଟେ କରୋନା ଉପଷମ ନିମନ୍ତେ ହାଇଡ୍ରୋକ୍ସିକ୍ଲୋରୋକୁଇନ୍ ଟାବଲେଟ୍ ସଂଗ୍ରହରେ ଟ୍ରମ୍ପ୍ ପ୍ରଶାସନ ବ୍ୟସ୍ତ ରହିଥିବା ବେଳେ ଜାତିସଂଘର ଅଧିବେଶନ ଡକାଇବାକୁ ଚାହୁଁଛି ।
ଏପଟେ ଟ୍ରମ୍ପ୍ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚଓ)କୁ କଠୋର ସମାଲୋଚନା କରିବାକୁ ପଛାଇନାହାନ୍ତି । ଟ୍ରମ୍ପ୍ ଅଭିଯୋଗ କରି କହିଛନ୍ତି ଯେ, କରୋନା ଭୂତାଣୁ ସଂକ୍ରମିତ ହେବାର ପ୍ରାଥମିକ ଅବସ୍ଥାରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚଓ) ଚୀନ ସହିତ ଘନିଷ୍ଠ ସମ୍ପର୍କ ସ୍ଥାପନ କରିଥିଲା । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚଓ)କୁ ଆମେରିକା ଅଧିକ ପାଣ୍ଠି ଯୋଗାଇ ଆସିଥିଲେ ମଧ୍ୟ ଚୀନକୁ ସମର୍ଥନ କରୁଛି । ଆମେରିକାକୁ ପୂର୍ବରୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କରୋନା ଭୂତାଣୁ ସମ୍ପର୍କରେ ନଜଣାଇବା ଦ୍ୱାରା ଆମେରିକା ବହୁ ପୂର୍ବରୁ ସତର୍କତା ଅବଲମ୍ବନ କରିପାରିନଥିଲା । ଫଳରେ ଆଜି ଆମେରିକା କରୋନା ମହାମାରୀରେ ଅଧିକ ମାତ୍ରାରେ କ୍ଷତିଗ୍ରସ୍ତ ହେବାରେ ଲାଗିଛି ।
ଆମକୁ ସେମାନେ କାହିଁକି ତ୍ରୁଟିପୂର୍ଣ୍ଣ ସୁପାରିଶ କରିଥିଲେ ଏହା ଟ୍ରମ୍ପ୍ ପ୍ରଶ୍ନ ପଚାରିଛନ୍ତି । ଆମେରିକାରେ ଆକ୍ରାନ୍ତଙ୍କ ସଂଖ୍ୟା ୪ ଲକ୍ଷରୁ ଅଧିକ ହୋଇଥିବା ବେଳେ ମୃତ୍ୟୁ ସଂଖ୍ୟା ୧୨ ହଜାରରୁ ଅଧିକ ସୂଚନା ମିଳିଛି ।
ତେବେ କରୋନା ମହାମାରୀକୁ ନେଇ ଚୀନ ଓ ଆମେରିକା ମଧ୍ୟରେ ଏବେ ଉଷ୍ମତା ବୃଦ୍ଧି ପାଇଛି । କରୋନା ମହାମାରୀ ଯୋଗୁଁ ଏବେ ବିଶ୍ୱ ଅର୍ଥନୀତି ପ୍ରଭାବିତ ହୋଇଥିବା ବେଳେ ଯୁକ୍ତରାଷ୍ଟ୍ର ଆମେରିକା ଓ ଚୀନ କେଉଁଭଳି ଭାବେ ଏହାକୁ ନେଇ ବିଚାର କରୁଛନ୍ତି ତାହା ଆଗାମୀ ଦିନରେ ଜଣାପଡ଼ିବ ।
Comments are closed.