Latest Odisha News

ରାଉରକେଲା ଏନଆଇଟି ଛାତ୍ର ପ୍ରସ୍ତୁତ କଲେ ଘାତକ କରୋନା ଭାଇରସର ମୋବାଇଲ୍ ଆପ୍ !

ରାଉରକେଲା: ସମଗ୍ର ବିଶ୍ୱରେ ଏବେ କରୋନା ଭୂତାଣୁ ଆତଙ୍କ ସୃଷ୍ଟି କରିଥିବା ବେଳେ ରାଉରକେଲା ନ୍ୟାସନାଲ୍ ଇନଷ୍ଟିଚ୍ୟୁଟ ଅଫ ଟେକ୍ନୋଲୋଜି (ଏନଆଇଟି)ର ଜଣେ ଛାତ୍ର ଏହି ଘାତକ ଜୀବାଣୁ ନିରାକରଣ ଲାଗି ଏକ ମୋବାଇଲ୍ ଆପ୍ ପ୍ରସ୍ତତ କରିଛନ୍ତି ।

ଏନେଇ ଗଣମାଧ୍ୟମକୁ ସୂଚନା ପ୍ରଦାନ କରି ପିଏଚଡ଼ି ସ୍କଲାର ଭିନିତ୍ କୁମାର କହିଛନ୍ତି ଯେ, ଏହି ରୋଗର ୮୫ % ସଂକ୍ରମଣ ରୋଗୀ ଅଧିକ ତାପମାତ୍ରାରେ ଚିହ୍ନିତ ହୋଇଥାଏ ମାତ୍ର ୧୫ % ସଂକ୍ରମଣ କ୍ଷେତ୍ରରେ ଜଣାପଡ଼େ ନାହିଁ । ତେବେ ଏହି ଆପ୍ ମାଧ୍ୟମରେ ରୋଗୀର ପ୍ରାରମ୍ଭିକ ପର୍ଯ୍ୟାୟ ଚିହ୍ନଟ ହୋଇପାରିଥାଏ ।

ଏହି କରୋନା ଆପ୍ କିପରି ବିକସିତ କଲେ ବୋଲି ଏକ ପ୍ରଶ୍ନର ଉତ୍ତରରେ ଭିନିତ୍ କହନ୍ତି ଯେ, ଏହା ଏକ ଥର୍ମାଲ୍ କ୍ୟାମେରା ଇନଫ୍ରାର୍ଡ଼ ସେନସର ମାଧ୍ୟମରେ ଡ଼େଭେଲପ ହୋଇପାରିଛି । ଶରୀରର ତାପମାତ୍ରାକୁ ଭିତ୍ତି କରି ଏହାର ବିଭିନ୍ନ ପଏଣ୍ଟକୁ ତର୍ଜମା କରାଯାଇଥାଏ । ଯଦି ଏହି ଆପରେ ଜୀବାଣୁ ସଂକ୍ରମିତ ବ୍ୟକ୍ତିଙ୍କୁ ଚିହ୍ନଟ କରେ ତେବେ ତାଙ୍କୁ ପରବର୍ତ୍ତୀ ସ୍କ୍ରିନିଂ ଲାଗି ପଠାଯାଇପାରିବ ।

ଏହି ଆପ୍ ବ୍ୟବହାର ଉପରେ ଭାରତ ସରକାରଙ୍କ ସହିତ ଆମେ ଯୋଗାଯୋଗ କରିବୁ । ଓଡ଼ିଶାରେ ମଧ୍ୟ ଏହି ଆପର ଉଚିତ୍ ଭାବେ ବ୍ୟବହାର ହୋଇପାରିବ ବୋଲି ଭିନିତ୍ କହିଛନ୍ତି ।

Leave A Reply

Your email address will not be published.