Latest Odisha News

BREAKING NEWS

ଟ୍ରକ୍ ଧକ୍କାରେ ଯୁବକ ମୃତ

ସୋରୋ: ବାଲେଶ୍ୱର ଜିଲ୍ଲାର ସୋରୋ-ମଙ୍ଗଳପୁର ରାସ୍ତାରେ ବାଗୁଡି ଠାରେ ଏକ ଦ୍ରୁତ ଗତିରେ ଆସୁଥିବା ଟ୍ରକକୁ ଧକ୍କାରେ ମଙ୍ଗଳବାର ଦିନ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି।

ପ୍ରାପ୍ତ ସୂଚନାନଯାୟୀ ମହମୁହୁନା ଗାଁର ନରେନ୍ଦ୍ର କୁମାର ଜେନା (୪୦) ହୋଲି ଖେଳିବାକୁ ବାଗୁଡି ଯାଉଥିବାବେଳେ ହଠାତ୍ ଏକ ଷଣ୍ଢ ତାଙ୍କୁ ଆକ୍ରମଣ କରିଥିଲା। ଯାହାଫଳରେ ସେ ନିଜ ବାଇକରୁ ଖସିପଡିବା ବେଳେ ବିପରୀତ ଦିଗରୁ ଆସୁଥିବା ଏକ ଦ୍ରୁତଗାମୀ ଦୁର୍ଭାଗ୍ୟବଶତଃ ତାଙ୍କ ଉପରେ ଚଢି ଯାଇଥିଲା ।

ପରବର୍ତ୍ତୀ ସମୟରେ ସ୍ଥାନୀୟ ଲୋକମାନେ ଘଟଣାସ୍ଥଳରେ ପହଞ୍ଚି ତାଙ୍କୁ ସୋରୋ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଯାଇଥିବା ବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

Leave A Reply

Your email address will not be published.