Latest Odisha News

ଚୀନ୍‌ରୁ ଭାରତକୁ ଡେଇଁଲା କୋରୋନା ଭାଇରାସ: ମୁମ୍ବାଇରେ ୨ ଆକ୍ରାନ୍ତ

ମୁମ୍ବାଇ: ସାରା ବିଶ୍ୱରେ କୋରୋନା ଭାଇରସର କୋକୁଆ ଭୟ ଜାରି ରହିଛି । ଏହି ଭୁତାଣୁ ଏବେ ଚୀନରୁ ଭାରତକୁ ବ୍ୟାପିଛି । ମୁମ୍ବାଇରେ ୨ ଜଣ କୋରୋନା ଭାଇରସରେ ଆକ୍ରାନ୍ତ ହୋଇଥିବା ସୂଚନା ମିଳିଛି । ସେମାନଙ୍କୁ ସ୍ୱତନ୍ତ୍ର ୱାର୍ଡରେ ରଖାଯାଇ ଚିକିତ୍ସା କରାଯାଉଛି । ସେପଟେ ସାଉଦି ଆରବରେ କାମ କରୁଥିବା କେରଳର ଜଣେ ନର୍ସ ମଧ୍ୟ ଏହି ଭାଇରସରେ ଆକ୍ରାନ୍ତ ହୋଇଛନ୍ତି ।

ଏହି ଭାଇରସ ଯୋଗୁଁ ଚୀନରେ ଏଯାଏଁ ୨୭ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୮ଶହରୁ ଅଧିକ ସଂକ୍ରମିତ ହୋଇଥିବା ସୂଚନା ମିଳିଛି । ଚୀନ୍‌ରେ ସ୍ୱାସ୍ଥ୍ୟଜନିତ ଜରୁରୀକାଳିନ ପରିସ୍ଥିତି ଘୋଷଣା କରିଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ । ଏଥିସହ ଚୀନ୍‌ରେ ବିମାନ ଚଳାଚଳକୁ ବନ୍ଦ କରାଯାଇଛି । ଲୋକଙ୍କୁ ସହର ବାହାରକୁ ଯିବାକୁ ମଧ୍ୟ ବାରଣ କରାଯାଇଚଛି । ଲୋକେ ଘରେ ବନ୍ଦି ହୋଇ ରହିଛନ୍ତି ।

ସେପଟେ ଏହି ଭାଇରସ ନେଇ ଭାରତରେ ମଧ୍ୟ ଆଲର୍ଟ ଜାରି କରାଯାଇଛି । ବିମାନ ବନ୍ଦରରେ ଚୀନରୁ ଆସୁଥିବା ପର୍ଯ୍ୟଟକ ଓ ଭାରତୀୟଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଉଛି । ରାଜଧାନୀ ଦିଲ୍ଳୀ ସମେତ ମୁମ୍ବାଇ, କୋଲକାତା, ହାଇଦ୍ରାବାଦ, ବାଙ୍ଗାଲୁରୁ, ଚେନ୍ନାଇ ଓ କୋଚିନ ବିମାନ ବନ୍ଦରରେ ଥର୍ମାଲ ସ୍କ୍ରିନିଂର ବ୍ୟବସ୍ଥା କରାଯାଇଛି । ଚୀନ୍ ଓ ହଂକଂରୁ ଫେରୁଥିବା ଯାତ୍ରୀଙ୍କ ଥର୍ମାଲ ଯାଂଚ କରାଯାଉଛି ।

Comments are closed.