Latest Odisha News

BREAKING NEWS

ନ୍ୟୁଜିଲାଣ୍ଡକୁ ୬ ୱିକେଟରେ ପରାସ୍ତ କଲା ଭାରତ

ଅକଲାଣ୍ଡ: ଆଜି ନ୍ୟୁଜିଲାଣ୍ଡର ଅକଲାଣ୍ଡଠାରେ ଭାରତ ଓ କିୱି ଦଳ ମଧ୍ୟରେ ଅନୁଷ୍ଠିତ ହୋଇଥିବା ୧ମ ଟି-୨୦ ମ୍ୟାଚରେ ଟିମ୍ ଇଣ୍ଡିଆ ୬ ୱିକେଟରେ ବିଜୟ ହାସଲ କରିଛି ।

BjdElectrycity

ଭାରତୀୟ କପ୍ତାନ ବିରାଟ କୋହଲୀ ଟସରେ ଜିତି କିୱିଦଳକୁ ପ୍ରଥମେ ବ୍ୟାଟିଂ ଲାଗି ଆମନ୍ତ୍ରଣ କରିଥିଲେ । ନ୍ୟୁଜିଲାଣ୍ଡ ଦଳ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଦାରିତ ୨୦ ଓଭରରେ ୫ ୱିକେଟ ବିନିମୟରେ କରିଥିଲା ୨୦୩ ରନ ।

ଦଳ ପକ୍ଷରୁ ମୁନରୋ ୫୯, କପ୍ତାନ ୱିଲିୟମସନ ୫୧ ଏବଂ ଟେଲର୍ ୫୪ ରନ କରିଥିଲେ । ଭାରତୀୟ ବୋଲର୍ ବୁମରା, ସାର୍ଦ୍ଦୁଳ ଠାକୁର, ଚହଲ, ଦୁବେ ଏବଂ ଜାଦେଜା ଗୋଟିଏ କରି ୱିକେଟ୍ ଅକ୍ତିଆର କରିଥିଲେ ।

ଭାରତୀୟ ଦଳ ୨୦୪ ରନର ବିଜୟ ଲକ୍ଷ୍ୟକୁ୪ ୱିକେଟ ବିନିମୟରେ ୧୯ ଓଭରରେ ଶେଷ କରିଥିଲେ । ଦଳ ପକ୍ଷରୁ କେଏଲ୍ ରାହୁଲ ୫୬ ରନ, ଆୟାର୍ ୫୮ ଏବଂ କପ୍ତାନ କୋହଲୀ ପ୍ରଶଂସନୀୟ ୪୫ ରନ କରିଥିଲେ ।

Leave A Reply

Your email address will not be published.