ଭୁବନେଶ୍ୱର: ଓଡ଼ିଶାରେ କରୋନା ସଂକ୍ରମଣ ରୋକିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନେଇଥିବା ବିଭିନ୍ନ ପଦକ୍ଷେପର ଉଚ୍ଚ ପ୍ରଶଂସା କରିଛନ୍ତି ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ସେହିପରି ପ୍ରଧାନମନ୍ତ୍ରୀ ମୋଦୀଙ୍କ ଏହି ପ୍ରଶଂସାକୁ ଟ୍ୱିଟ୍ ମାଧ୍ୟମରେ ଧନ୍ୟବାଦ ଜଣାଇଛନ୍ତି ନବୀନ ।
Thank you Sri @narendramodi ji for the encouraging words as we face the biggest challenge of the century. Our collective responsibility is the hope to contain the pandemic. #Register4Covid19SafeOdisha https://t.co/u4GGpVDHjl
— Naveen Patnaik (@Naveen_Odisha) March 18, 2020
ଏଠାରେ ସୂଚନାଯୋଗ୍ୟ, ବିଦେଶରୁ ଫେରିଥିବା ଗୀତା ମେହେଟ୍ଟାଙ୍କ ନାମ ରାଜ୍ୟ ସରକାରଙ୍କ କୋଭିଡ୍-୧୯ ପୋର୍ଟାଲରେ ପଞ୍ଜିକରଣ କରିବାର ସୂଚନା ନେଇ ନବୀନଙ୍କ ଟ୍ୱିଟ୍କୁ ମୋଦୀ ପ୍ରଶଂସା କରିଥିଲେ । ପ୍ରଧାନମନ୍ତ୍ରୀ ମୋଦୀ ନବୀନଙ୍କୁ ଟ୍ୱିଟ୍ କରି ଲେଖିଥିଲେ ଯେ, ମୁଖ୍ୟମନ୍ତ୍ରୀ ନବୀନ ଅନ୍ୟମାନଙ୍କ ଲାଗି ଉଦାହରଣ ସୃଷ୍ଟି କରିଛନ୍ତି । ନବୀନଙ୍କ ଏହି ପଦକ୍ଷେପକୁ ଅନ୍ୟମାନେ ଅନୁକରଣ କରିବେ ବୋଲି ସେ ଆଶା ପ୍ରକାଶ କରିଛନ୍ତି । କୋଭିଡ-୧୯ର ସଂକ୍ରମଣକୁ ରୋକିବା ଲାଗି ଆମେ ସମସ୍ତେ ନିଜ ନିଜର ଦାୟିତ୍ୱ ନିର୍ବାହ କରିପାରିବା ବୋଲି ଏଥିଣେ ଉଲ୍ଲେଖ କରିଛନ୍ତି ମୋଦୀ ।
କରୋନା ଭୂତାଣୁ ନିୟନ୍ତ୍ରଣ ପାଇଁ ଗ୍ରାମ ପଞ୍ଚାୟତ, ପଞ୍ଚାୟତ ସମିତି ଓ ଜିଲ୍ଲା ପରିଷଦର ପ୍ରତିନିଧିଙ୍କୁ ସ୍ଵତନ୍ତ୍ର ବୈଠକ ଦ୍ଵାରା ସଚେତନ କରି ସେମାନଙ୍କୁ କରୋନା ମୁକାବିଲାରେ ଅଂଶୀଦାର କରାଯାଉଛି। କରୋନାର ପ୍ରତିରୋଧ ପାଇଁ ସରକାର ସମସ୍ତ ପଦକ୍ଷେପ ଗ୍ରହଣ କରୁଛନ୍ତି। ଆସନ୍ତୁ, ସଚେତନ ହୋଇ ଦୃଢତାର ସହ ଏହାର ମୁକାବିଲା କରିବା। #COVID19 pic.twitter.com/OS62R4hQt9
— Naveen Patnaik (@Naveen_Odisha) March 18, 2020
ମୋଦିଙ୍କ ଏହି ପ୍ରଶଂସା ଭରା ଟ୍ୱିଟକୁ ଏକ ଘଣ୍ଟା ମଧ୍ୟରେ ପ୍ରାୟ ଦେଢ ଲକ୍ଷରୁ ଅଧିକ ରିଟ୍ୱିଟ୍ କରିଥିବା ବେଳେ ପ୍ରାୟ ସାତ ଲକ୍ଷ ଲୋକ ଲାଇକ କରିଛନ୍ତି ।
Comments are closed.