Latest Odisha News

BREAKING NEWS

୬ମାସ ବଢ଼ିଲା ଡିଜିପି ଅଭୟଙ୍କ କାର୍ଯ୍ୟକାଳ

ଭୁବନେଶ୍ୱର: ଓଡିଶା ସରକାର ବୁଧବାର ଦିନ ପୋଲିସ ମହାନିର୍ଦ୍ଦେଶକ(ଡିଜିପି) ଅଭୟଙ୍କ କାର୍ଯ୍ୟକାଳ ବଢ଼ାଇଛନ୍ତି । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ରାଜ୍ୟ ସରକାର ଡିଜିପି ଅଭୟଙ୍କ କାର୍ଯ୍ୟକାଳକୁ ବଢ଼ାଇଛନ୍ତି । ରାଜ୍ୟର ଡିଜିପିଙ୍କ କାର୍ଯ୍ୟକାଳ ଅତିକମରେ ୨ବର୍ଷ ହେବା ଉଚିତ ବୋଲି ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଥିଲେ ।

ଡିଜିପି ଅଭୟଙ୍କୁ ଜୁନ ମାସ ୨୦୨୧ ମସିହାରେ ଅବସର ନେବାର ଥିଲା । ତେବେ, ରାଜ୍ୟ ସରକାର ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଓ ୟୁପିଏସଇର ସୁପାରିଶ ଅନୁସାରେ, ତାଙ୍କର କାର୍ଯ୍ୟକାଳ ୬ ମାସ ବୃଦ୍ଧି କରି ୩୧ ଡିସେମ୍ବର, ୨୦୨୧ କରିଛନ୍ତି ।

ସୂଚନାଯୋଗ୍ୟ, ରାଜ୍ୟ ସରକାର ଅଭୟଙ୍କୁ ୨୦ ନଭେମ୍ବର, ୨୦୧୯ରେ ଡିଜିପି ଭାବେ ନିଯୁକ୍ତ କରିଥିଲେ । ୧୯୮୬ ବ୍ୟାଚ ଆଇପିଏସ କ୍ୟାଡର ଡିସେମ୍ବର ୧୦ରେ ନୂଆ କାର୍ଯ୍ୟଭାର ଗ୍ରହଣ କରିଥିଲେ ।

Leave A Reply

Your email address will not be published.