Latest Odisha News

BREAKING NEWS

ଖାମଖିଆଲର ଚରମ ସୀମାରେ ଲଣ୍ଡନ, ନ୍ୟୁୟର୍କର ଯୁବପିଢ଼ୀ

ଲଣ୍ଡନ: କରୋନା ଭାଇରସ ସାରା ବିଶ୍ୱକୁ ଚିନ୍ତାରେ ପକାଇ ଦେଲାଣି । ଅଧିକାଂଶ ଦେଶ ଏହା ଯେପରି ନ ବ୍ୟାପିବ ସେ ନେଇ ସମସ୍ତ ପ୍ରକାର ବ୍ୟବସ୍ଥା କରୁଛନ୍ତି । ତେବେ ଲଣ୍ଡନ, ନ୍ୟୁୟର୍କ ପରି ବଡ ବଡ ସହରରେ ରହୁଥିବା ଯୁବପିଢ଼ୀ ଏ ନେଇ ଖାମଖିଆଲରେ ରହୁଛନ୍ତି । ସରକାରଙ୍କ ନିଦେ୍ର୍ଧଶ ଏବଂ କଟକଣା ମାନିବାକୁ ସେମାନେ ପ୍ରସ୍ତୁତ ନୁହନ୍ତି । ୨ ଲକ୍ଷରୁ ଅଧିକ ଏଥିରେ ଆକ୍ରାନ୍ତ ହୋଇଥିବା ବେଳେ ୮୦୦୦ରୁ ଅଧିକ ଜୀବନ ହରାଇ ସାରିଲେଣି । ଚୀନରୁ ଏହା ବ୍ୟାପିଥିବା ବେଳେ ସେଠାକାର ସ୍ଥିତି ନିୟନ୍ତ୍ରଣକୁ ଆସିଲାଣି ।

ଆମେରିକାରେ ୭୫୦୦ ଓ ଇଂଲଣ୍ଡରେ ୨୬୦୦ ଏହି ଭାଇରସର କବଳରେ ପଡିଲେଣି । ଖୁବ୍ ଶୀଘ୍ର ଏହି ସହରଗୁଡିକୁ ଲକଡାଉନ କରାଯିବା ପାଇଁ ଉଦ୍ୟମ ଆରମ୍ଭ କରାଗଲାଣି । ନିଶା, କ୍ଲବ ଓ ଗ୍ଲାମରକୁ ଛାଡି ପାରୁ ନ ଥିବା ଯୁବପିଢ଼ୀ ଯୋଗୁ ଅନ୍ୟମାନେ ଛନ୍ଦି ହୋଇ ପଡୁଛନ୍ତି । ଆମେରିକାରେ ୧୧୬ ଓ ଇଂଲଣ୍ଡରେ ୭୧ଜଣ ଜୀବନ ହରାଇ ସାରିଲେଣି। ସ୍ଥାନୀୟ ସରକାର ହୋଟେଲ, କ୍ଲବ ପ୍ରଭୃତି ଜନଗହଳି ସ୍ଥାନ ବନ୍ଦ କରିବା ପାଇଁ ନିଦେ୍ର୍ଧଶ ଦେଇ ସାରିଛି ।

Leave A Reply

Your email address will not be published.