Latest Odisha News

BREAKING NEWS

ପାକିସ୍ତାନର କରୋନା ଆକ୍ରାନ୍ତଙ୍କ ମଧ୍ୟରେ ଅଧିକାଂଶ ଯୁବଗୋଷ୍ଠୀ : ପାକ୍ ଅଧିକାରୀ

ଇସଲାମାବାଦ: ପାକିସ୍ତାନର ଅଧିକାଂଶ ଯୁବଗୋଷ୍ଠୀ କରୋନାଭାଇରସ ଦ୍ୱାରା ଆକ୍ରାନ୍ତ ଅଛନ୍ତି । ପାକିସ୍ତାନର ୧ହଜାର କରୋନା ମାମଲା ମଧ୍ୟରେ ୨୧ରୁ ୩୦ ବର୍ଷ ବୟସର ଯୁବକ ସର୍ବାଧିକ ଅଛନ୍ତି । ଏନେଇ ପାକ ପ୍ରଧାନମନ୍ତ୍ରୀଙ୍କ ବିଶେଷ ସ୍ୱାସ୍ଥ୍ୟ ସହାୟକ ଜାଫର ମିର୍ଜା ସୂଚନା ଦେଇଛନ୍ତି ।

ପାକିସ୍ତାନର ୨୪% କରୋନା ଆକ୍ରାନ୍ତଙ୍କ ମଧ୍ୟରେ ୨୧ରୁ ୩୦ ବର୍ଷ ବୟସର ଅଧିକାଂଶ ଅଛନ୍ତି । ଅନ୍ୟ ଦେଶ ଗୁଡିକରେ କରୋନାଭାଇରସ ଦ୍ୱାରା ବରିଷ୍ଠ ନାଗରିକ ସର୍ବାଧିକ ପ୍ରଭାବିତ ହେଉଥିବାବେଳେ ପାକିସ୍ତାନରେ ସ୍ଥିତି ଅଲଗା ବୋଲି ଜାଫର ମିର୍ଜା ବୁଧବାର ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ।

ପାକିସ୍ତାନରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୮ରେ ପହଞ୍ଚିଛି ଏବଂ ୧୦୯୮ଜଣ କରୋନା ଦ୍ୱାରା ଆକ୍ରାନ୍ତ ହୋଇଥିବା ଜଣାପଡିଛି ।

Leave A Reply

Your email address will not be published.