Latest Odisha News

କେନ୍ଦ୍ର ସରକାର ଘୋଷଣା କଲେ କରୋନା ଟିକାର ନୂଆ ଦର

ନୂଆଦିଲ୍ଲୀ : କରୋନା ଟିକାର ନୂଆ ଦର ଘୋଷଣା କଲେ କେନ୍ଦ୍ର ସରକାର । ପୂର୍ବରୁ ଟିକାର ଦର ୨୫୦ ଟଙ୍କା ଥିବା ବେଳେ, ବର୍ତ୍ତମାନ ଟିକାର ଦାମ କମାଇ ୨୦୦ ଟଙ୍କା କରିଛନ୍ତି ସରକାର । କେନ୍ଦ୍ର ସ୍ବାସ୍ଥ୍ୟ ସଚିବ ରାଜେଶ ଭୂଷଣ ଏନେଇ ସୂଚନା ଦେଇଛନ୍ତି । ତେବେ ଘରୋଇ ହସ୍ପିଟାଲରେ ଏହି ଦର ୨୫୦ ଟଙ୍କା ନେଇ ପାରିବେ ।

କୋଭିଶିଲ୍ଡ ଡୋଜ ପିଛା ୧୫୦ ଟଙ୍କା ଲେଖାଏଁ ସରକାର ସେରମ ପାଖରୁ ଆଣୁଛନ୍ତି । ପରେ ଅନ୍ୟାନ୍ୟ ଟ୍ୟାକ୍ସ ମିଶାଇ ଟିକା ଦର ୨୦୦ ଟଙ୍କାରେ ପହଞ୍ଚିଛି । ପୂର୍ବରୁ ସେରମ୍ ଡୋଜ ପିଛା ୨୧୦ ଟଙ୍କାରେ ବିକ୍ରି କରୁଥିଲା । ଦେଶରେ ଏବେ ଦ୍ବିତୀୟ ପର୍ଯ୍ୟାୟରେ ଟିକାକରଣ ଚାଲିଥିବା ବେଳେ, ୪୫ ବର୍ଷରୁ ଅଧିକ ବୟସ୍କ ବ୍ୟକ୍ତି ଏବଂ ୬୦ ବର୍ଷରୁ ଅଧିକ ବୟସ୍କ ବ୍ୟକ୍ତି ଏହି ପର୍ଯ୍ୟାୟରେ ଟିକା ନେଉଛନ୍ତି । ଉଭୟ ସରକାରୀ ଏବଂ ଘରୋଇ ହସ୍ପିଟାଲରେ ଚାଲିଛି ଟିକାକାରଣ । ସରକାରୀ ହସପିଟାଲରେ ଟିକାର ଦାମ ମାଗଣା ଥିବା ବେଳେ, ଘରୋଇ ହସପିଟାଲରେ ଦେୟ ଦେବାକୁ ପଡ଼ିବ ।

Comments are closed.