Latest Odisha News

BREAKING NEWS

ଜିନ୍ ପିଙ୍ଗଙ୍କ ‘ଶୂନ କୋଭିଡ ନୀତି’କୁ ଫୁ’ କରି ମାଡ଼ି ଚାଲିଛି କରୋନା

ବେଜିଂ: ନିଜର ଏକଛତ୍ରବାଦ ଶାସନ ପାଇଁ ପରିଚିତ ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗ୍ । ତାଙ୍କ ନିଷ୍ପତିକୁ କେହି ଅମାନ୍ୟ କରିପାରନ୍ତିନି । କିନ୍ତୁ କରୋନା ମହାମାରୀ ଜିନ ପିଙ୍ଗଙ୍କ ଦ୍ୱାରା ଲଗାଯାଇଥିବା ସମସ୍ତ ନୀତିକୁ ଫୁ କରି ଉଡାଇ ଦେଇଛି। ଚୀନରେ ଏବେ କରୋନା ସ୍ଥିତି ଗମ୍ଭୀର, ଗୋଟିଏ ଦିନରେ ୨୫ ହଜାରରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଯାହା ଦେଶରେ ଗୋଟିଏ ଦିନରେ ସର୍ବାଧିକ ।

ଚୀନ ପାଇଁ ଏବେ କାଳ ସାଜିଛି ସାଂଘାଇ । ଏଠାରେ ୨୪ ଘଣ୍ଟା ମଧ୍ୟରେ ୨୩ ହଜାର ୬୦୦ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଚୀନର ସାଂଘାଇରେ ୨୨ ଦିନ ହେବ ୨.୬ କୋଟି ଲୋକ ଗୃହବନ୍ଦୀ ହୋଇ ରହିଥିବା ସୂଚନା ରହିଛି। ୨୦୧୯ରେ ଚୀନର ଉହାନରେ ପ୍ରଥମ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ଦେଶରେ ଏହା ସର୍ବାଧିକ। ସାଂଘାଇରେ ଚୀନର କରୋନା ନୀତିକୁ ସବୁ ମହଲରୁ ସମାଲୋଚନା କରାଯାଉଛି। କିନ୍ତୁ ରାଷ୍ଟ୍ରପତି ସି ଜିନପିଙ୍ଗ ଏହାକୁ ସମର୍ଥନ କରି କହିଛନ୍ତି, କରୋନା ସଂକ୍ରମଣ ରୋକିବା ପାଇଁ ଚୀନ ଯେଉଁ ପଦକ୍ଷେପ ନେଇଛି, ସେଥିପାଇଁ ଚୀନକୁ ସ୍ୱର୍ଣ୍ଣ ପଦକ ମିଳିବା ଉଚିତ ।

ସାଂଘାଇରେ ଲୋକେ କହିଛନ୍ତି, ସେମାନଙ୍କ ପାଖରେ ଖାଦ୍ୟ ଓ ପାଣିର ଅଭାବ ରହିଛି। ଲୋକମାନେ ସୋସିଆଲ ମିଡିଆରେ ନିଜର କ୍ଷୋଭ ପ୍ରକାଶ କରୁଛନ୍ତି। ସହରର ଲୋକମାନେ ନିଜ ଘରେ ସୀମିତ ରହିଛନ୍ତି, ଏବଂ ସେମାନଙ୍କ ମଧ୍ୟରୁ ଅଧିକାଂଶଙ୍କୁ ଖାଦ୍ୟ ଏବଂ ପାଣି ଏବଂ ପନିପରିବା ଅର୍ଡର କରିବାକୁ ପଡିବ, ସରକାରୀ ମାଂସ ଓ ଅଣ୍ଡାର ଚାଲାଣକୁ ଅପେକ୍ଷା କରିବାକୁ ପଡୁଛି।

ସାଂଘାଇରେ ଚୀନର ସବୁଠୁ ବଡ଼ ସହର । ଏଠାରେ ୧୦ ହଜାରରୁ ଅଧିକ ସ୍ୱାସ୍ଥ୍ୟକର୍ମୀଙ୍କୁ ନିୟୋଜିତ କରାଯାଇଛି । ଲଗାତର ଷଷ୍ଠ ଦିନରେ ରାଜଧାନୀରେ ୨୦ ହଜାରରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଏହାକୁ ରୋକିବା ପାଇଁ ପ୍ରଶାସନ ପକ୍ଷରୁ ସହରରେ ଲକଡାଉନ ଜାରି କରାଯାଇଛି।

ଉଲ୍ଲେଖଯୋଗ୍ୟ, ଚୀନ ସହିତ ୟୁରୋପର ଅନେକ ଦେଶରେ ମଧ୍ୟ ସଂକ୍ରମଣ ବଢି ଚାଲିଛି। ଏହାରି ଭିତରେ ଭାରତରେ ଯଦିଓ ସଂକ୍ରମଣ ହଜାରେ ପାଖାପାଖି ରହିଛି  କିନ୍ତୁ ଯେଉଁ ପାଞ୍ଚ ରାଜ୍ୟକୁ କେନ୍ଦ୍ର ସତର୍କ କରାଇଛି ସେଠାରେ କରୋନା ପଜିଟିଭିଟି ହାର ବଢୁଛି।

Comments are closed.