ଆମେରିକା: ଆଇବିଏମ୍ ଯୋଗାଇବ ଅତି ଶକ୍ତିଶାଳୀ ସୁପର୍ କମ୍ପ୍ୟୁଟର୍ । କୋଭିଡ୍-୧୯ମହାମାରୀର ଅନୁସନ୍ଧାନ ଓ ଚିକିତ୍ସାରେ ସାହାଯ୍ୟ କରିବ ହାଇ ପରଫର୍ମାନ୍ସ କମ୍ପ୍ୟୁଟିଂ କନସର୍ଟିୟମ୍ ।
IBM, along with the White House Office of Science and Technology Policy and the U.S. Department of Energy, is helping to launch the #COVID19 High Performance Computing Consortium.
Learn more: https://t.co/KI0eiFwruJ pic.twitter.com/GNPEJOdUAa
— IBM (@IBM) March 22, 2020
କରୋନାଭାଇରସ୍ ବିରୋଧୀ ଲଢେଇରେ ସାମିଲ ହେବ ଆଇବିଏମ୍ ସୁପର୍ କମ୍ପ୍ୟୁଟର୍ । ଏକ ଟୁଇଟ୍ ଜରିଆରେ ସ୍ପଷ୍ଟ କରିଛି ଆମେରିକାର ମଲ୍ଟି ନ୍ୟାସନାଲ୍ ଟେକ୍ନୋଲଜି କମ୍ପାନୀ ‘ଇଣ୍ଟରନ୍ୟାସନାଲ ବିଜନେସ୍ ମ୍ୟାଶିନ୍ସ’ (IBM) ।
‘ହ୍ୱାଇଟ୍ ହାଉସ୍ ଅଫିସ୍ ଅଫ୍ ସାଇନ୍ସ ଆଣ୍ଡ ଟେକ୍ନୋଲଜି ପଲିସି’ ଓ ‘ଦ ଡିପାର୍ଟମେଣ୍ଟ ଅଫ୍ ଏନର୍ଜି’ ସହ ମିଳିତ ଭାବେ ଆଇବିଏମ୍ ଏକ ସଂଘ ଗଠନ କରିବ । ଏହି ସଂଘରେ ଆମାଜନ୍, ଗୁଗଲ୍ ଓ ମାଇକ୍ରୋସଫ୍ଟ ଭଳି ବିଶାଳ କମ୍ପାନୀ ମଧ୍ୟ ସାମିଲ ହେବେ ।
ଆଇବିଏମ୍ ର ୧୬ଟି ସୁପର କମ୍ପ୍ୟୁଟରରେ ୩୩୦ଟି ପେଟାଫ୍ଲୋପ୍ସ, ୭ଲକ୍ଷ ୭୫ହଜାର ସିପିୟୁ କୋର୍ ଓ ୩୪ହଜାର ଜିପିୟୁ ଅନୁସନ୍ଧାନକାରୀଙ୍କୁ କରୋନାଭାଇରସ୍ ବିରୋଧୀ ଅଭିଯାନରେ ସହାୟକ ହେବ । ଏପିଡେମିଓଲଜି, ବାୟୋଇନଫର୍ମେଟିକ୍ସ ଓ ମଲିକୁଲାର ମଡେଲିଂ ଆକଳନ ଭଳି କଷ୍ଟସାଧ୍ୟ କାମ ଆଇବିଏମ୍ ର ସୁପର କମ୍ପ୍ୟୁଟର ଅତି ସହଜରେ ତୁଲାଇପାରିବ ।
Comments are closed.