ପୁରୀ: ପୁଣି ଥରେ ୟେସ୍ ବ୍ୟାଙ୍କରୁ ଫେରିଥିବା ମହାପ୍ରଭୁଙ୍କ ଟଙ୍କା ଜମାକୁ ନେଇ ଆରମ୍ଭ ହୋଇଛି ସସ୍ପେନ୍ସ । ୟୁନିୟନ ବ୍ୟାଙ୍କରେ ଶ୍ରୀମନ୍ଦିର ଟଙ୍କା ରହିବା ନେଇ ହୋଇଥିବା ନିଷ୍ପତ୍ତିକୁ ମନ୍ଦିର ପ୍ରଶାସନ ରଦ୍ଦ କରିଛି । ୧୬ଟି ସରକାରୀ କ୍ଷେତ୍ରର ଟେଣ୍ଡର ବାତିଲ କରିଛି ମନ୍ଦିର ପ୍ରଶାସନ ।
ପୁଣି ଥରେ ଟେଣ୍ଡର ହୋଇ ମହାପ୍ରଭୁଙ୍କ ଟଙ୍କା ରଖାଯିବ । ଏନେଇ ଟେଣ୍ଡରରେ ଭାଗ ନେବାକୁ ୧୬ଟି ପବ୍ଲିକ ସେକ୍ଟର ବ୍ୟାଙ୍କକୁ ଚିଠି ଲେଖି ଜଣାଇଯାଇଥିବା ଶ୍ରୀମନ୍ଦିର ପ୍ରଶାସକ ଅଜୟ କୁମାର ଜେନା ସୂଚନା ଦେଇଛନ୍ତି ।
ଏଣିକି ୩ ବର୍ଷ ନୁହେଁ ବର୍ଷିକିଆ ସ୍ଥାୟୀ ଜମା ପାଇଁ ଟେଣ୍ଡର ଡକା ଯାଇଥିବା ଜଣାପଡିଛି । ଆସନ୍ତା ୨୬ ତାରିଖ ଦିନ ୧୧ ଟା ସୁଦ୍ଧା ଟେଣ୍ଡର ପକାଇବାକୁ ସବୁ ବ୍ୟାଙ୍କକୁ କୁହାଯାଇଛି ।
ସୂଚନାଯୋଗ୍ୟ ଯେ, ଗତ ୧୮ ତାରିଖରେ ୟୁନିୟନନ ବ୍ୟାଙ୍କ ସର୍ବାଧିକ ୫.୭୫ ପ୍ରତିଶତ ସୁଦ୍ଧ ଅଫର ଦେଇ ବିଡ୍ ଜିତିଥିଲା । ତେବେ ଏହି ଟେଣ୍ଡରକୁ ଏବେ ବାତିଲ କରାଯିବା ପରେ ମହାପ୍ରଭୁଙ୍କ ଟଙ୍କା କେଉଁ ବ୍ୟାଙ୍କରେ ରହିବ ସେ ନେଇ ସସ୍ପେନ୍ସ ଲାଗି ରହିଛି ।
BREAKING NEWS
- ଭୁବନେଶ୍ୱରରୁ ବ୍ରହ୍ମପୁର; ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀଙ୍କ ୬ ସ୍ଥାନରେ ଭିଜିଲାନ୍ସ ରେଡ୍
- Mann Ki Baat: ‘ମନ କି ବାତ୍’ରେ ସର୍ଜିକାଲ୍ ଷ୍ଟ୍ରାଇକ୍କୁ ମନେ ପକାଇଲେ ପିଏମ୍ ମୋଦୀ, କହିଲେ, ‘ଆତଙ୍କବାଦକୁ ଭାରତ ବରଦାସ୍ତ କରେନାହିଁ’
- Party Switch: ୧୧୧ ସାଂସଦ-ବିଧାୟକ ବଦଳାଇଛନ୍ତି ଦଳ, ବିଜେପିରେ ୨୯ ଜଣ…ଜାଣନ୍ତୁ ସବୁଠୁ ବେଶୀ କେଉଁ ଦଳ ଛାଡିଛନ୍ତି ନେତା?
- ଖୋଲିଲା ହୀରାକୁଦର ଆଉ ୨ ଗେଟ୍, ୨୨ ଗେଟରେ…
- ଲଗାଣ ବର୍ଷାରେ ଉବୁଟୁବୁ ଉତ୍ତରପ୍ରଦେଶ; ୧୭ ମୃତ, ଅନେକ ଗାଁ ଜଳବନ୍ଦୀ
- UNSC ସ୍ଥାୟୀ ସଦସ୍ୟପଦ: ଭାରତକୁ ରୁଷର ପୂର୍ଣ୍ଣ ସମର୍ଥନ
- ବିପଦ ସଙ୍କେତ ଉପରେ ସୁବର୍ଣ୍ଣରେଖା ଓ ଜଳକା ଜଳସ୍ତର, ବଢୁଛି ବନ୍ୟା ଆଶଙ୍କା
- ରବିବାର ଖୋଲା ରହିବ ଏସବୁ ବ୍ୟାଙ୍କ, ଜାଣିରଖନ୍ତୁ…
- Heavy Rain & Floods in Odisha:ବିଭିନ୍ନ ଜିଲ୍ଲାରେ ବନ୍ୟା ପରିସ୍ଥିତି; ଏରିଅଲ ସର୍ଭେରେ ଯିବେ ମୁଖ୍ୟମନ୍ତ୍ରୀ
- ବ୍ୟାଙ୍କ ଗ୍ରାହକଙ୍କୁ ଆଶ୍ୱସ୍ତି: ୩ ଦିନିଆ ଧର୍ମଘଟ ବେଳେ ମାଗଣାରେ ଏଟିଏମ୍ରୁ ଉଠାଇ ପାରିବେ ଟଙ୍କା, ଲାଗିବନି ଏକ୍ସଟ୍ରା ଚାର୍ଜ

Comments are closed.