Latest Odisha News

BREAKING NEWS

କରୋନା ମୁକାବିଲା: ସାରା ରାଜ୍ୟରେ ବନ୍ଦ ରହିବ ଆହାର କେନ୍ଦ୍ର ଓ ପାର୍କ

ଭୁବନେଶ୍ୱର: ସାରା ରାଜ୍ୟରେ ବନ୍ଦ ରହିବ ଆହାର କେନ୍ଦ୍ର । କରୋନା ମୁକାବିଲା ନେଇ ରାଜ୍ୟ ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି । ରାଜ୍ୟରେ ଥିବା ସମସ୍ତ ଆହାର କେନ୍ଦ୍ର ଗୁଡିକ ଆସନ୍ତା ୨୯ ମାର୍ଚ୍ଚ ରାତି ୯ଟା ଯାଏଁ ବନ୍ଦ ରଖିବାକୁ ନିଷ୍ପତ୍ତି ହୋଇଛି । ତେବେ କେବଳ ହସ୍ପିଟାଲ ପରିସରରେ ଥିବା ଆହାର କେନ୍ଦ୍ରଗୁଡିକ ଖୋଲା ରହିବ । ଏନେଇ ମଙ୍ଗଳବାର ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।
ଏଥିସହ ମାର୍ଚ୍ଚ ୨୪ରୁ ୨୯ ତାରିଖ ପର୍ଯ୍ୟନ୍ତ ଜିଲ୍ଲାର ସମସ୍ତ ସର୍ବସାଧାରଣ ପାର୍କକୁ ସମ୍ପୂର୍ଣ୍ଣ ମଧ୍ୟ ବନ୍ଦ ରଖିବାକୁ କୁହାଯାଇଛି । ଏନେଇ ଅତିରିକ୍ତ ସଚିବ ସମସ୍ତ ଜିଲ୍ଲାର ଜିଲ୍ଲାପାଳଙ୍କୁ ଚିଠି ଲେଖି ଜଣାଇଛନ୍ତି ।

Leave A Reply

Your email address will not be published.