ଯାଜପୁର: ସରକାରୀ ବାବୁଙ୍କ ପିସି ଲୋଭ। ଦରମା ଟଙ୍କାରେ ପୁରୁନି ବାବୁଙ୍କ ପେଟ। ଭଲ ଭାବରେ ଦେଖନ୍ତୁ କିଭଳି ଖୋଲା ଖୋଲି ଠିକାଦରଙ୍କୁ ପିସି ମାଗୁଛନ୍ତି VLW। ବିଭିନ୍ନ ଠିକା କାମରେ ୧୦ ପ୍ରତିଶତ ପିସି ଦେବାକୁ ସେ ଠିକାଦାରଙ୍କୁ ଦାବି କରୁଛନ୍ତି।
ଏ ଦୃଶ୍ୟ ହେଉଛି ଯାଜପୁର ଜିଲ୍ଲା ଦାନଗଦୀ ବ୍ଲକର । ପିସି ମାଗୁଥିବା ଏ ବ୍ୟକ୍ତି ଜଣକ ହେଉଛନ୍ତି ଶାଳିଜଙ୍ଗା ପଞ୍ଚାୟତର VLW ମନମୋହନ ସାହୁ। ପଞ୍ଚାୟତରେ ରାସ୍ତା, ପାଚେରୀ ଓ ପୋଖରୀ ଆଦି ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ହୋଇଥଲା। ତେବେ ଏସବୁ କାର୍ଯ୍ୟ କରିଥିବା ଠିକାଦାର ମାନଙ୍କୁ ସେମାନଙ୍କ ଫାଇନାଲ୍ ବିଲ୍ ଦେବା ପୂର୍ବରୁ VLW ପିସି ଦେବାକୁ କହୁଛନ୍ତି।
ଶାଳିଜଙ୍ଗା ପଞ୍ଚାୟତରେ ସ୍ଥାନୀୟ ଅଞ୍ଚଳର ଏକ ସ୍ୱୟଂ ସହାୟକ ଗୋଷ୍ଠୀ ମଧ୍ୟ ଏକ ଠିକା କାମ କରିଥିଲେ। ସମ୍ପୃକ୍ତ VLW ସେମାନଙ୍କ ଠାରୁ ମଧ୍ୟ ପିସି ନେଇଥିବା ଜଣାପଡିଛି। ୧୦ଲକ୍ଷ ଟଙ୍କା ଠିକା କାମର ବିଲ ପାସ କରାଇ ଦେବାକୁ VLW ୧ ଲକ୍ଷ ୧୯ ହଜାର ଟଙ୍କା ପିସି ନେଇଥିବା ଅଭିଯୋଗ ହୋଇଛି । ତେବେ ସମ୍ପୃକ୍ତ VLW ଏହାକୁ ଖଣ୍ଡନ କରିଛନ୍ତି।
ସେପଟେ ଦାନଗଦୀ ବିଡିଓ ଏ ସମ୍ପର୍କରେ ଅବଗତ ଥିବା ସହ ସମ୍ପୃକ୍ତ VLW ଙ୍କୁ ଉକ୍ତ ପଞ୍ଚାୟତ କାର୍ଯ୍ୟରୁ ଦାଇତ୍ଵରୁ ନିବୃତ୍ତ ରଖାଯାଇଥିବା କହିଛନ୍ତି। ଏବଂ ଏହାର ତଦନ୍ତ କରାଯାଇ ଜିଲ୍ଲାପାଳଙ୍କୁ ରିପୋର୍ଟ ପ୍ରଦାନ କରାଯାଇଥିବା ସେ କହିଛନ୍ତି। ଏଥିସହିତ ଏହି ଘଟଣାର ଉଚ୍ଚସ୍ତରୀୟ ତଦନ୍ତ କରିବାକୁ ଜିଲ୍ଲାପାଳଙ୍କୁ ବିଡିଓ ଜଣାଇଥିବା କହିଛନ୍ତି।
Comments are closed.