ନୂଆଦିଲ୍ଲୀ: ପୃଥିବୀ ପାଇଁ ଆଗକୁ ଆସୁଛି ଭୟଙ୍କର ବିପଦ। ଆଉ ଏହି ବିପର୍ଯ୍ୟୟ ଏତେ ଭୟାନକ ହେବ ଯେ ଏହାକୁ ସାମ୍ନା କରିବା ବିଶ୍ୱ ବାସୀଙ୍କ ପାଇଁ କଷ୍ଟକର ହେବ। କୁହାଯାଉଛି ଏହି ବିପର୍ଯ୍ୟୟର କାରଣ ହେବ ଆଗ୍ନେୟଗିରି ଉଦ୍ଗୀରଣ। ଏପରି ଶକ୍ତିଶାଳୀ ଆଗ୍ନେୟଗିରି ଉଦଗୀରଣ ଫଳରେ ବଦଳିଯିବ ପାଳିପାଗ ଯାହାର ପରିଣାମ ଆଗକୁ ଅତ୍ୟନ୍ତ ଭୟଙ୍କର ହେବ। ଏକ ରିପୋର୍ଟ ଅନୁସାରେ ଇଣ୍ଡୋନେସିଆର ମାଉଣ୍ଟ ତମ୍ବୋରା ଭଳି ଆଉ ଏକ ଅତି ଶକ୍ତିଶାଳୀ ଆଗ୍ନେୟଗିରି ଉଦ୍ଗୀରଣ ଦେଖିବାକୁ ଯାଉଛି ବିଶ୍ୱ ।
ଇଣ୍ଡୋନେସିଆର ମାଉଣ୍ଟ ତମ୍ବୋରାରେ ହୋଇଥିବା ଆଗ୍ନେୟଗିରି ଉଦ୍ଗୀରଣର ଇତିହାସକୁ ପ୍ରଥମେ ଜାଣିବା ଆବଶ୍ୟକ ଅଛି। କାରଣ ଏହାର ଇତିହାସ ଜାଣିଲେ ଆପଣ ଅନୁମାନ କରିପାରିବେ ଆଗକୁ ହେବାକୁ ଥିବା ଆଗ୍ନେୟଗିରି ଉଦ୍ଗୀରଣର ପରିଣାମ କେତେ ଭୟଙ୍କର ହେବ। ବୈଜ୍ଞାନିକଙ୍କ ଅନୁସାରେ ପୂର୍ବରୁ ମାଉଣ୍ଟ ତମ୍ବୋରାରେ ହୋଇଥିବା ସବୁ ଆଗ୍ନେୟଗିରି ଉଦଗୀରଣ ବିଶ୍ୱ ବାୟୁମଣ୍ଡଳ ଉପରେ ଗଭୀର ପ୍ରଭାବ ପକାଇଛି। ଏମିତିକି ଆଗ୍ନେୟଗିରି ଉଦଗୀରଣ ଫଳରେ ପାଣିପାଗରେ ମଧ୍ୟ ବଡ଼ ପରିବର୍ତ୍ତନ ଆସିଛି। ଯଦି ଆମେ ୧୮୧୫ରେ ଆସିଥିବା ଆଗ୍ନେୟଗିରି ଉଦ୍ଗୀରଣର କଥା କହିଥିବା ତେବେ ଏହାର ଭୟାବହତା ଶୁଣିଲେ ଆପଣ ଚମକି ପଡ଼ିବେ। ତମ୍ବୋରାରେ ଆସିଥିବା ଆଗ୍ନେୟଗିରି ଉଦ୍ଗୀରଣ ବାୟୁମଣ୍ଡଳକୁ ପ୍ରବଳ ଦୂଷିତ କରିଥଲା। କାରଣ ଏଥିରୁ ବାହାରୁଥିବା କ୍ଷତିକାରକ ଧୂଆଁ ବୟୁମଣ୍ଡଳକୁ ଦୂଷିତ କରିଥିଲା। ସବୁଠାରୁ ବଡ଼ କଥା ହେଲା ଯେ ଏହି ଧୂଆଁ ଏତେ ବହଳ ଥିଲା ଯେ ସେତେବେଳେ ସୂର୍ଯ୍ୟ ମଧ୍ୟ ଦିଶି ନ ଥିଲା। ଏମିତିକି ସୂର୍ଯ୍ୟଙ୍କ କିରଣ ଅନେକ ଦିନ ଧରି ସ୍ପଷ୍ଟଭାବେ ପୃଥିବୀ ଉପରେ ପଡ଼ନଥିଲା। ଯାହାଫଳରେ ପୃଥିବୀରେ ତାପମାତ୍ରା କମିବା ସହ ଥଣ୍ଡା ବଢ଼ିଥିଲା । କହିବାକୁ ଗଲେ ଏକ ପ୍ରକାର ଗ୍ରୀଷ୍ମ ଋତୁ ଯେମିତି ଗାଏବ ହୋଇଯାଇଥିଲା। ଆଉ ଏଥିପାଇଁ ସେତେବେଳେ ହଜାର ହଜାର ଲୋକଙ୍କ ମୃତ୍ୟୁ ମଧ୍ୟ ହୋଇଥିଲା।
ବୈଜ୍ଞାନିକଙ୍କ ଅନୁସାରେ ପ୍ରାୟ ୨୦୦ ବର୍ଷ ପରେ ପୁଣି ଆସିପାରେ ଏପରି ଏକ ବିପର୍ଯ୍ୟୟ। ଯାହା ୧୮୧୫ ଠାରୁ ଏହା ଆହୁରି ଭୟଙ୍କର ହେବ । ଆଉ ଯଦି ଏପରି ଆଗ୍ନେୟଗିରି ଉଦ୍ଗୀରଣ ସତରେ ହୁଏ, ତେବେ ପୃଥିବୀ ପାଇଁ ଏହା ଭୟଙ୍କର ବିପର୍ଯ୍ୟୟ ଆଣିବ। ଆଗ୍ନେୟଗିରି ଉଦ୍ଗୀରଣ ଦ୍ୱାରା ୧୮୧୫ ଭଳି ସ୍ଥିତି ଦେଖାଯିବ। ଏହା ବାୟୁମଣ୍ଡଳ ଉପରେ ଗଭୀର ପ୍ରଭାବ ପକାଇବ। ଦୀର୍ଘ ଦିନ ଧରି ସୂର୍ଯ୍ୟଙ୍କ କିରଣ ପୃଥିବୀ ଉପରେ ପଡ଼ିବ ନାହିଁ। ଫଳରେ ତାପମାତ୍ରା ହ୍ରାସ ପାଇବା ସହ ଅସହ୍ୟ ଥଣ୍ଡା ପଡ଼ିବ। ଯାହା ଜଳବାୟୁକୁ ପରିବର୍ତ୍ତନ କରିବା ସହ ଅନେକ ମହାମାରୀ ଡାକିଆଣିବ ବୋଲି ବୈଜ୍ଞାନିକମାନେ ଆଶଙ୍କା କରିଛନ୍ତି। ବୈଜ୍ଞାନିକମାନେ ଆହୁରି କହିଛନ୍ତି, ଅଗ୍ନି ଉଦ୍ଗୀରଣ ହେବା ଦ୍ୱାରା ଭୟଙ୍କର ଲାଭା ନିର୍ଗତ ହେବା ସହ ପାହାଡ଼ ଭଳି ପାଉଁଶ ଓ ବୃହତ ଆକାରର ବହଳିଆ ଧୂଆଁ ନିର୍ଗତ କରିଥାଏ । ଏହି ଧୂଆଁରେ ବିପୁଳ ମାତ୍ରାର ଅଙ୍ଗାରକାମ୍ଳ ବାଷ୍ପ ଭରି ରହିବା କାରଣରୁ ପୃଥିବୀ ଉପରେ କୁପ୍ରଭାବ ପକାଇବ ।
Comments are closed.