Latest Odisha News

BREAKING NEWS

ଭାରତ ମିଶନ ଚାମ୍ବରରେ ତାଲା ପକାଇଲେ କାଉନସିଲର ଏବଂ ପୌରପରିଷଦ ଅଧ୍ୟକ୍ଷା

ବରଗଡ଼: ବରଗଡ ପୌର ପରିଷଦରେ ବଡ ଧରଣର ଘୋଟାଲାର ପର୍ଦ୍ଦାଫାସ ପରେ ସ୍ୱଚ୍ଚ ଭାରତ ମିଶନ ଚାମ୍ବରରେ ତାଲା ପକାଇଲେ କାଉନସିଲର ଏବଂ ବରଗଡ ପୌରପରିଷଦ ଅଧ୍ୟକ୍ଷା ।

ବରଗଡ଼ ମ୍ୟୁନିସିପାଲିଟିର ୟୁଜର୍ଶ ଫିଜ୍ କୁ ନେଇ ବଡ଼ ଧରଣର ଚଞ୍ଚକତା ଅଭିଯୋଗରେ ବରଗଡ଼ ମ୍ୟୁନିସିପାଲଟି ର ସମସ୍ତ କାଉନସିଲର ଓ ପୌରାଧକ୍ଷାଙ୍କ ଦ୍ଵାରା ସ୍ୱଚ୍ଛ ଭାରତ ମିଶନ ଚାମ୍ବରକୁ ତାଲା ପକାଇ ମ୍ୟୁନିସିପାଲଟି କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କୁ ଉକ୍ତ ଚାମ୍ବର ର ଚାବି ହସ୍ତାନ୍ତର କରିବା ସହ ବରଗଡ଼ ଜିଲ୍ଲାପାଲଙ୍କୁ ଦୋଷୀ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ।

ସୂଚନା ଅନୁଯାୟୀ, ବରଗଡ ସହରରେ ରହିଥିବା ଦୋକାନ ଗୃହ ଏବଂ ବାସଗୃହ ମାନଙ୍କରେ ବରଗଡ ପୌରପରିଷଦ ପକ୍ଷରୁ ୟୁଜର୍ସ ଫି ବସୁଲି କରାଯାଇଥାଏ ମାତ୍ର ୟୁଜର୍ସ ଫି ସଂଗ୍ରହ ପରେ ମନିରିସିପ୍ଟରେ ଚଞ୍ଚକତା କରି ବହୁ ଅର୍ଥ ହଡପ କରଯାଇଥିବା ଅଭିଯୋଗ ସାମ୍ନା କୁ ଆସିଲା । ତେବେ ୫୦ ଗୋଟି ମନିରିସିପ୍ଟ ଖାତାରେ ରହିଥିବା ସମସ୍ତ ରିଶିପ୍ଟରେ ଚଞ୍ଚକତା କରାଯାଇଥିବା ବେଳେ ୧୦ ଗୋଟି ଖାତାର ହିସାବ ଏପର୍ଯ୍ୟନ୍ତ ପୌରପରିଷଦ କାର୍ଯ୍ୟାଳୟ ରେ ଦାଖଲ କରାଯାଇନଥିବା ଅଭିଯୋଗ ହୋଇଛି ।

ତେବେ ଏହି ଘଟଣା ସାମ୍ନାକୁ ଆସିବା ପରେ ପୌରପରିଷଦ ପକ୍ଷରୁ ଆଜି କାଉନ୍ସିଲର ମାନେ ଏବଂ ବରଗଡ ପୌରପରିଷଦ ଅଧ୍ୟକ୍ଷା ଏକତ୍ରିତ ହୋଇ ସ୍ୱଚ୍ଛ ଭାରତ ମିଶନ ରୁମରେ ତାଲା ପକାଇ ପୌର ପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ଠାରେ ଚାବି ଜମା ଦେଇଥିଲେ ଏବଂ ବରଗଡ ଜିଲ୍ଲାପାଳଙ୍କ ଠାରେ ଲିଖିତ ଅଭିଯୋଗ କରି ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଥିଲେ । ପ୍ରଶାସନ ପକ୍ଷରୁ ୫ ଜଣିଆ ଟିମ୍ ଗଠନ କରାଯାଇ ଘଟଣାର ତଦନ୍ତ କରାଯାଉଥିବା କାର୍ଯ୍ୟନିର୍ବାହୀ ଅଧିକାରୀ ଜଣାଇଛନ୍ତି ।

Leave A Reply

Your email address will not be published.