Latest Odisha News

ରାତି ପାହିଲେ ବଡଦିନ : କିଣାକିଣି ପାଇଁ ବଜାରରେ ଲୋକଙ୍କ ଭିଡ

ରାତି ପାହିଲେ ବଡ ଦିନ ।ଏଥିପାଇଁ ଚଳଚଞ୍ଚଳ ରାଜଧାନୀ ବଜାର । ରାଜଧାନୀର ଏକ ନମ୍ବର ମାର୍କେଟ ପରିସରରେ ଖ୍ରୀଷ୍ଟମାସ ଅବସରରେ ବିଭିନ୍ନ ଦୋକାନର ପସରା ମେଲିଛି ।ଏହାକୁ କିଣିବା ପାଇଁ ବହୁ ସଂଖ୍ୟାରେ ଲୋକଙ୍କ ଭିଡ ମଧ୍ୟ ଜମୁଛି ।

ଖ୍ରୀଷ୍ଟମାସ ଟ୍ରି , ସାନ୍ତା,ପୋଷାକ,ଟୋପି, ଷ୍ଟାର,ବେଲ୍ , ରିଙ୍ଗସ୍ , ଆଞ୍ଜେଲ ଆଦି ଘରକୁ କିଣି ନେଇଯାଉଛନ୍ତି ଲୋକମାନେ । ଏହି ସବୁ ସାମଗ୍ରୀର ଦର ମଧ୍ୟ ଚଢା ରହିଛି । ଖ୍ରୀଷ୍ଟମାସ ଟ୍ରି ୩ଶହ ଟଙ୍କାରୁ ଆରମ୍ଭ ହୋଇ ୫ହଜାର ଟଙ୍କା ପର୍ଯ୍ୟନ୍ତ ରହିଛି । ସେହିପରି ସାନ୍ତର ଦାମ୍ ମଧ୍ୟ ୫୦ ଟଙ୍କାରୁ ଆରମ୍ଭ କରି ୮ ହଜାର ଟଙ୍କା ପର୍ଯ୍ୟନ୍ତ ରହିଛି ।

ଆର୍ଟିଫିସିଆଲ ଖ୍ରୀଷ୍ଟମାସ ଟ୍ରି ବଦଳରେ ନ୍ୟାଚୁରାଲ ଗଛର ମଧ୍ୟ ବେଶ୍ ଡିମାଣ୍ଡ ରହିଛି । ଲୋକମାନେ ନିଜ ଘରକୁ ନ୍ୟାଚୁରାଲ ଖ୍ରୀଷ୍ଟମାସ ଟ୍ରି ୫ଶହରୁ ହଜାର ଟଙ୍କା ମଧ୍ୟରେ କିଣି ନେଇଯାଉଛନ୍ତି ।

ବଡ ଦିନ ଆସୁଥିବାରୁ ସମସ୍ତେ ନିଜ ନିଜ ଘର ସାଜ ସଜ୍ଜାରେ ବ୍ୟସ୍ତ ଅଛନ୍ତି । ନିଜ ଘରକୁ ରଙ୍ଗୀନ ଆଲୋକମାଳାରେ ସଜାଇବା ସହ ଖ୍ରୀଷ୍ଟମାସ ଟ୍ରିକୁ ସଜାଇ ଘରେ ରଖିବାରେ ବ୍ୟସ୍ତ ସମସ୍ତେ । ଏନେଇ ମାର୍କେଟକୁ ଆସି ଭଳିିକି ଭଳି ଜିନିଷ ସବୁ କିଣିନେଇ ଯାଉଛନ୍ତି ଖ୍ରୀଷ୍ଟଧର୍ମାବଲମ୍ବି ମାନେ ।

ହେଲେ ଏଥର ଓମିକ୍ରନ ଭୟ ଥିବାରୁ ରାଜ୍ୟ ସରକାର ବଡ ଦିନ ସେଲିବ୍ରେସନ ଉପରେ କଟକଣା ଜାରି କରିଛନ୍ତି ।ଚର୍ଚ୍ଚ ମାନଙ୍କରେ ମଧ୍ୟ ସର୍ବାଧିକ ୫୦ ଲୋକଙ୍କ ମଧ୍ୟରେ ବଡଦିନ ସେଲିବ୍ରେସନ ପାଇଁ ଅନୁମତି ଦିଆଯାଇଛିା

Comments are closed.