Latest Odisha News

BREAKING NEWS

[ଭିଡ଼ିଓ] ନିଆରା ଯୁବ ଫିଲ୍ମ ନିର୍ଦ୍ଦେଶକ ଆଶୁତୋଷ

ଭୁବନେଶ୍ୱର: ଓଡ଼ିଆ ସିନେ ଜଗତର ଏକ ଜଣାଶୁଣା ନାଁ । ଜଣେ ଭିନ୍ନ ଢଙ୍ଗର ଚଳଚ୍ଚିତ୍ରି ନିର୍ଦ୍ଦେଶକ ସେ । ତେବେ ସେହି ନିର୍ଦ୍ଦେଶକ ଜଣକ ଆଉ କେହି ନୁହନ୍ତି। ସେ ହେଉଛନ୍ତି ଯୁବ ଫିଲ୍ମ ନିର୍ଦ୍ଦେଶକ ଆଶୁତୋଷ ପଟ୍ଟନାୟକ । ଆଶୁତୋଷ କେତେବେଳେ ଶିଶୁ ନିର୍ଯାତନାକୁ ନେଇ ତ ଆଉ କେତେବେଳେ ମହିଳା ସଶକ୍ତିକରଣ ଉପରେ ।

ସମାଜର ପ୍ରତିଟି କଠୋର ପ୍ରଥାକୁ ଚ୍ୟାଲେଞ୍ଜ ଦେଇ ତିଆରି କରିଛନ୍ତି ଅନେକ ଭିନ୍ନ ଧର୍ମୀ ଚଳଚ୍ଚିତ୍ର। ହେଲେ ଶ୍ରୀକ୍ଷେତ୍ର ସାହିଯାତ ଆଉ କିଛି ପରମ୍ପରା ନେଇ କରିଥିବା ଫିଲ୍ମ ତାଙ୍କୁ ଦେଇଛି ଅଲଗା ଏକ ପରିଚୟ ।

ଜଣେ ଚଳଚ୍ଚିତ୍ର ନିର୍ଦ୍ଦେଶକ ହେବା ପାଇଁ ପିଲା ବେଳରୁ ରହିଥିବା ସ୍ୱପ୍ନକୁ ବହୁ ସଂଘର୍ଷ ପରେ ସାକାର କରିପାରିଛନ୍ତି ଆଶୁତୋଷ। ତାଙ୍କ ଦ୍ୱାରା ନିର୍ଦ୍ଦେଶିତ ଲଘୁ ଚଳଚ୍ଚିତ୍ର ”I Have A Dream’, ଦିବ୍ୟାଙ୍ଗ ମାନଙ୍କୁ ନେଇ ଲଘୁ ଚଳଚ୍ଚିତ୍ର ‘Tara Can’, ଆଉ ତା ସହିତ କିନ୍ନର ମାନଙ୍କର ବିଭିନ୍ନ ସମସ୍ୟା ଏବଂ ଚଳଣିକୁ ନେଇ ଲଘୁ ଚଳଚ୍ଚିତ୍ର ”Meera’ ବାସ୍ତବରେ ପ୍ରସଂଶନୀୟ ହୋଇପାରିଛି ।

ପ୍ରାୟ ଦେଢ଼ ବର୍ଷର ଅକ୍ଲାନ୍ତ ପରିଶ୍ରମ ପରେ ତାଙ୍କର ପ୍ରଥମ ବୃତ୍ତ ଚଳଚ୍ଚିତ୍ର ଶ୍ରୀକ୍ଷେତ୍ରର ସାହି ଯାତ’ ମୁକ୍ତିଲାଭ କରିଥିଲା । ଏହି ବୃତ୍ତ ଚଳଚ୍ଚିତ୍ରକୁ ୬୭ତମ ଜାତୀୟ ଚଳଚ୍ଚିତ୍ର ପୁରଷ୍କାର ମଧ୍ୟ ମିଳିଥିଲା ।

Leave A Reply

Your email address will not be published.