Latest Odisha News

BREAKING NEWS

ଯୁବତୀଙ୍କୁ ହତ୍ୟା ଘଟଣାରେ ଦମ୍ପତ୍ତି ଗିରଫ

ଭଂଜନଗର: ଜଗନ୍ନାଥପ୍ରସାଦ ଗୋଷଣ୍ଡାପାଳରୁ ଗତ ଦୁଇ ତାରିଖରେ ମିଳିଥିବା ମୃତଦେହର ପତ୍ତା ମିଳିଛି । ତାଙ୍କୁ ଭୁବନେଶ୍ୱରରେ ହତ୍ୟା ପରେ ଗଂଜାମରେ ତାଙ୍କ ମୃତ ଦେହ ଫିଙ୍ଗାଯାଇଥିବା ଆଜି ପୋଲିସ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛି । ଏହି ଘଟଣାରେ ପୋଲିସ ଏକ ଦମ୍ପତ୍ତିଙ୍କୁ ଗିରଫ କରିଛି ।

ମିଳିଥିବା ସୂଚନା ଅନୁଯାୟୀ, ମୃତ ଯୁବତୀଙ୍କ ଘର ବାଲେଶ୍ୱରରେ । ସେ ଭୁବନେଶ୍ୱରରେ ରହି କାମ କରୁଥିଲେ । ଗତ ୨ତାରିଖରେ ଗିରଫ ଦମ୍ପତ୍ତି ଭୁବନେଶ୍ୱରରେ ଯୁବତୀଙ୍କୁ ହତ୍ୟା କରିବା ପରେ ଏକ ଓଲା କାରରେ ମୃଦେହକୁ ଗଂଜାମ ନେଇଥିଲେ । ଗୋଷାଣ୍ଡପାଳ ଅଂଞ୍ଚଳରେ ମୃତଦେହକୁ ଫିଙ୍ଗି ଦେଇ ଚାଲିଆସିଥିଲେ ।

ପୋଲିସ ମୃତଦେହ ପାଇବା ପରେ ତନାଘନା ଚଳାଇଥିଲା । ଶେଷରେ ଅଭିଯୁକ୍ତଙ୍କ ପାଖରେ ପହଞ୍ଚିବାରେ ସଫଳ ହୋଇଥିଲା ।

Leave A Reply

Your email address will not be published.