Latest Odisha News

BREAKING NEWS

ପୋଲିସ ପଞ୍ଝାରେ ଦମ୍ପତି , ୧୦ଟି ଅଷ୍ଟଧାତୁ ମୂର୍ତ୍ତି ଜବତ

ପୁରୀ:ବିଭିନ୍ନ ମନ୍ଦିରରୁ ଅଷ୍ଟଧାତୁ ମୂର୍ତ୍ତି ଚୋରୀ କରିବା ଅଭିଯୋଗରେ ଚନ୍ଦନପୁର ଥାନା ପୋଲିସ ପଞ୍ଝାରେ ଦମ୍ପତି । ଦମ୍ପତିଙ୍କୁ ଗିରଫ କରିବା ସହ ୧୦ ଟି ପ୍ରାଚୀନ ଅଷ୍ଟଧାତୁ ମୂର୍ତ୍ତି ଉଦ୍ଧାର କରାଯାଇଛି ।ଗିରଫ ମୂର୍ତ୍ତି ଚୋର ନିମାପଡା ପାଟପୁରର ପ୍ରଫୁଲ ମିଶ୍ର ଓ ତାଙ୍କ ସ୍ତ୍ରୀ ।ପୁରୀ ଜିଲ୍ଲାର ବିଭିନ୍ନ ସ୍ଥାନରୁ ପ୍ରାଚୀନ ମୂର୍ତ୍ତୀ ଚୋରି ପରେ ସକ୍ରିୟ ହୋଇଥିଲା ପୋଲିସ ।ଏସପି କେ ବିଶାଲଙ୍କ ନେତ୍ୱତ୍ୱରେ ଏକ ଟିମ୍ ଗଠନ କରାଯାଇ ତଦନ୍ତ ଆରମ୍ଭ ହୋଇଥିଲା ।

BjdElectrycity

ଚନ୍ଦନପୁର ଥାନା ଆଇଆଇସି ସୁଶାନ୍ତ କୁମାର ମିଶ୍ର ପୁରୀ- ଭୁବନେଶ୍ୱର ଜାତୀୟ ରାଜପଥର ସିଡି ଛକ ନିକଟରୁ ଏହି ମୂର୍ତ୍ତି ଚୋର ଗ୍ୟାଙ୍ଗର ଜଣେ ସଦସ୍ୟ ପ୍ରଶାନ୍ତ କୁମାର ମିଶ୍ରଙ୍କୁ ଧରିବା ସହ ୪ଟି ମୂର୍ତ୍ତି ଉଦ୍ଧାର କରିଥିଲେ। ପରେ ଆଉ ୬ଟି ମୂର୍ତ୍ତି ଉଦ୍ଧାର କରାଯାଇଛି।ଚନ୍ଦନପୁର, ସାକ୍ଷୀଗୋପାଳ, ନିମାପଡା, ଗୋପ ଓ କଣାସର କେତେକ ମନ୍ଦିରରୁ ସେ ଚୋରି କରିଥିବା ପୋଲିସ କହିଛି | ଘଟଣାର ଅଧିକ ତଦନ୍ତ ଚାଲୁରହିଛି। ବିଭିନ୍ନ ଥାନା ସହ ଯୋଗାଯୋଗ କରି ସମ୍ପୂର୍ଣ୍ଣ ମୂର୍ତ୍ତି ଚୋର ଗ୍ୟାଙ୍ଗକୁ ଧରିବା ପାଇଁ ଉଦ୍ୟମ ଚଲାଇଛି ପୋଲିସ।

Comments are closed, but trackbacks and pingbacks are open.