Latest Odisha News

BREAKING NEWS

ବିଦ୍ୟୁତ ଆଘାତରେ ଦମ୍ପତି ମୃତ, ଜମିକୁ ଫୁଲକୋବି ତୋଳିବାକୁ ଯାଇଥିବା ବେଳେ ଅଘଟଣ

ଗଞ୍ଜାମ: ବିଦ୍ୟୁତ ଆଘାତରେ ଦମ୍ପତ୍ତି ମୃତ । ୧୧ କେ.ଭି ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ସ୍ୱାମୀ-ସ୍ତ୍ରୀ ମୃତ୍ୟୁବରଣ କରିଛନ୍ତି । ଏଭଳି ଅଭାବନୀୟ ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁ ଥାନା ଅନ୍ତର୍ଗତ ବୁରୁପଡ଼ା ଗାଁରେ । ମୃତକମାନେ ହେଲେ ବିଷ୍ଣୁ ସାମଲ ଓ ତାଙ୍କ ପତ୍ନୀ ହୀନ ସାମଲ ।

ଆଜି ଭୋରରୁ ଦୁହେଁ ଫୁଲକୋବି ତୋଳିବା ପାଇଁ ବିଲକୁ ଯାଇଥିଲେ । ପୂର୍ବରୁ ବିଲରେ ବିଦ୍ୟୁତ ତାର ଛିଣ୍ଡି ପଡ଼ିଥିଲା । ଏକାଥ ସେମାନେ ଜାଣି ପାରି ନଥିବାରୁ ବିଦ୍ୟୁତ ତାର ସଂସ୍ପର୍ଶରେ ଆସିଥିଲେ ଦମ୍ପତି । ଗୁରୁତର ଅବସ୍ଥାରେ ସେମାନଙ୍କୁ ହିଞ୍ଜିଳି ମେଡିକାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ଦୁହିଁଙ୍କୁ ମୃତ ଘୋଷଣା କରିଥିଲେ ।

Leave A Reply

Your email address will not be published.