Latest Odisha News

ରାଜଧାନୀରେ ଚାଞ୍ଚଲ୍ୟ; ବନ୍ଦ ଘରୁ ଦମ୍ପତିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ଭୁବନେଶ୍ଵର: ସାରା ରାଜ୍ୟରେ ହୋଲିର ଉତ୍ସାହ ଚାଲିଥିବା ବେଳେ ରାଜଧାନୀ ଭୁବନେଶ୍ଵରରୁ ଆସିଛି ଚାଞ୍ଚଲ୍ୟକର ଖବର । ଘର ଭିତରୁ ପତିପତ୍ନୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି । ଚନ୍ଦ୍ରଶେଖରପୁର ଥାନା ହାଉସିଂବୋର୍ଡ କଲୋନୀରେ ଘଟିଛି ଏହି ଅଭାବନୀୟ ଘଟଣା । ଘର ଭିତରୁ ଝୁଲନ୍ତା ଅବସ୍ଥାରେ ସ୍ବାମୀସ୍ତ୍ରୀଙ୍କ ମୃତଦେହ ଉଦ୍ଧାର ହୋଇଛି। ତେବେ ଆତ୍ମହତ୍ୟାର କାରଣ ଅସ୍ପଷ୍ଟ ଥିବାବେଳେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ସୂଚନା ଅନୁସାରେ,  ଭୁବନେଶ୍ୱର ଚନ୍ଦ୍ରଶେଖରପୁର ହାଉସିଂ ବୋର୍ଡ କଲୋନୀର ଏକ ଘର ଭିତରୁ ଦୁଇ ଜଣଙ୍କ ମୃତଦେହ ଠାବ ହୋଇଛି । ମୃତ ଯୁବକ ଜଣଙ୍କ ହେଉଛନ୍ତି ୩୦ ବର୍ଷିୟ ଜିତେନ କୁମାର । ପେଶାରେ ଜିତେନ ଜଣେ ଡ୍ରାଇଭର୍। ସେ ପୂର୍ବରୁ ବିବାହିତ ଏବଂ ୩ ସନ୍ତାନଙ୍କ ବାପା ମଧ୍ୟ । କିନ୍ତୁ ନିକଟରେ ସେ ତାଙ୍କ ସ୍ତ୍ରୀଙ୍କୁ ଛାଡ଼ି ଆତ୍ମହତ୍ୟା କରିଥିବା ମହିଳାଙ୍କ ସହ ରହୁଥିଲେ ଚନ୍ଦ୍ରଶେଖର ପୁରରେ ରହୁଥିଲେ । ତେବେ ମୃତ ମହିଳା ଜଣଙ୍କ ମଧ୍ୟ ବିବାହିତ । କିନ୍ତୁ ସ୍ଵାମୀଙ୍କୁ ଛାଡି ସେ ଜିତେନଙ୍କ ସହ ରହୁଥିଲେ । ବର୍ତ୍ତମାନ ସୁଦ୍ଧା ମହିଳାଙ୍କ ପରିଚୟ ମିଳିନାହିଁ କି ଆତ୍ମହତ୍ୟାର କାରଣ ମଧ୍ୟ ଜଣାପଡିନାହିଁ । ଖବର ପାଇ ଘଟଣାସ୍ଥଳରେ ଚନ୍ଦ୍ରଶେଖର ଥାନା ପୋଲିସ ପହଞ୍ଚି ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇବା ସହ ତଦନ୍ତ ଜାରି ରଖିଛି ।

Leave A Reply

Your email address will not be published.