Latest Odisha News

BREAKING NEWS

ଗୁଜୁରାଟରେ ହିଟ୍ ଆଣ୍ଡ୍ ରନ୍ ମାମଲା; ଗାଡ଼ିରେ ଆସି ଚାପି ଦେଲେ… 

ବଡୋଦରା: ଗୁଜୁରାଟର ବଡୋଦରାରେ ଏକ ହିଟ୍ ଆଣ୍ଡ୍ ରନ୍ ମାମଲା ଘଟିଯାଇଛି। ଜଣେ ୨୩ ବର୍ଷୀୟ ଆଇନ ଛାତ୍ରଙ୍କ ଗାଡି଼ ତଳେ ଆସି ଜଣେ ମହିଳାଙ୍କ ନିର୍ମମ ହତ୍ୟା ଘଟଣା ଜନସାଧାରଣଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ସୃଷ୍ଟି କରିଛି।

କରେଲିବାଗ ଅଞ୍ଚଳର ମୁକ୍ତାନନ୍ଦ ଛକ ନିକଟରେ ରାତି ପ୍ରାୟ ୧୨.୩୦ ସମୟରେ ଘଟିଥିବା ଏହି ଘଟଣାରେ ଅଭିଯୁକ୍ତ ରକ୍ଷିତ ଚୌରାସିଆଙ୍କୁ ଲୋକମାନେ ଧରି ପକାଇଥିଲେ। ଏହାପରେ ନିର୍ଧୁମ ପିଟିବା ସହ ପୋଲିସକୁ ହସ୍ତାନ୍ତର କରିଥିଲେ। ଏବେ ସିସିଟିଭି ଭିଡିଓ ସାମ୍ନାକୁ ଆସିଛି ଯେଉଁଥିରେ ଏହି ଭୟଙ୍କର ଦୁର୍ଘଟଣା କଏଦ ହୋଇଛି।

ସୂଚନା ଅନୁଯାୟୀ, ଆମ୍ରପାଲି କମର୍ସିଆଲ୍ ପ୍ଲେସ୍ ଆଡ଼କୁ ଯାଉଥିବା ରାସ୍ତାରେ ଦ୍ରୁତ ଗତିରେ ଆସି ଏକ କାର ତିନି ବାଇକକୁ ଧକ୍କା ଦେବା ସହ ରାସ୍ତାରେ ଚାଲୁଥିବା କିଛି ପଥଚାରୀଙ୍କୁ ମଧ୍ୟ ଧକ୍କା ଦେଇଥିଲା । ଏହି ଘଟଣାରେ ମୋଟ ୮ ଜଣ ଆହତ ହୋଇଥିବା ବେଳେ ଜଣେ ମହିଳାଙ୍କ ଜୀବନ ଯାଇଛି । ଏପଟେ ଆଇନ ଛାତ୍ର ରକ୍ଷିତ ଚୌରାସିଆଙ୍କ ବାପା ଜଣେ ଉଦ୍ୟୋଗପତି ବୋଲି ଜଣାପଡିଛି।

Comments are closed.