Latest Odisha News

ବିଧାନସଭା ଆଗରେ ଦମ୍ପତିଙ୍କ ଆତ୍ମାହୁତି ଉଦ୍ୟମ, କାବୁ କଲା ପୋଲିସ

ଭୁବନେଶ୍ୱର: ବିଧାନସଭା ମୁଖ୍ୟ ଫାଟକ ଆଗରେ ହାଇଡ୍ରାମା । ଆମହତ୍ୟା ଉଦ୍ୟମ କଲେ ଦମ୍ପତି । ଦେହରେ କିରାସିନି ଢାଳି ଆତ୍ମାହୁତି ଉଦ୍ୟମ ବେଳେ ସେମାନଙ୍କୁ କାବୁ କଲା ପୋଲିସ । କିରାସିନ ଓ ଦିଆସିଲ ଜବତ କରାଯାଇଛି । ଦମ୍ପତିଙ୍କ ଘର ନୟାଗଡ ଜିଲ୍ଲାରେ ।

ବିଧାନସଭା ଚାଲିଥିବା ବେଳେ ବାହାରେ ସୁରକ୍ଷା କଡ଼ାକଡ଼ି କରିଛି ପୋଲିସ । ଏତିକିବେଳେ ହଠାତ ଦମ୍ପତି ନିଜ ଦେହରେ କିରାସିନ ଠାଳି ଆତ୍ମାହୁତି ଉଦ୍ୟମ କରିଥିଲେ । ଏତିକିବେଳେ ସେଠାରେ ଥିବା ପୋଲିସ କର୍ମଚାରୀ ସେମାନଙ୍କୁ କାବୁ କରିନେଇଥିଲେ ।

ଅଭିଯୋଗ ହୋଇଛି, ନିଜ ପାଞ୍ଚ ବର୍ଷୀୟ ଝିଅର ହତ୍ୟାକାଣ୍ଡ ଘଟଣାରେ ନ୍ୟାୟ ନପାଇବାରୁ ବିଧାନସଭା ଆଗରେ ଆତ୍ମାହୁତି ଉଦ୍ୟମ କରିଥିଲେ ଦମ୍ପତି । ଥାନାରେ ଅଭିଯୋଗ କରିବା ସହ ଏସପିଙ୍କ ଦ୍ୱାରସ୍ଥ ହୋଇଥିଲେ ବି ପୋଲିସ କୌଣସି ପଦକ୍ଷେପ ନେଉନଥିବା ସେମାନେ କହିଛନ୍ତି । ନ୍ୟାୟ ନମିଳିବାରୁ ଶେଷରେ ବିଧାନସଭା ଆଗରେ ଆତ୍ମାହୁତି ଉଦ୍ୟମ କରୁଥିଲେ ଦମ୍ପତି ।

Leave A Reply

Your email address will not be published.